Saturday, April 19, 2025
spot_imgspot_imgspot_img
Homeଅଘଟଣଗୁର୍ଖାପାଲି ଗାଁର ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଲିଖିତ ଅଭିଯୋଗ କଲେ ସଚେତନ ନାଗରିକ।

ଗୁର୍ଖାପାଲି ଗାଁର ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଲିଖିତ ଅଭିଯୋଗ କଲେ ସଚେତନ ନାଗରିକ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଗୁର୍ଖାପାଲି ଗ୍ରାମର କେତେକ ସଚେତନ ନାଗରିକ ଅତାବିରା ଥାନାରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ଠାରେ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଗୁର୍ଖାପାଲି ଗ୍ରାମରେ ଗ୍ରାମର କେତେକ ଅସାମାଜିକ ବ୍ଯକ୍ତି ରାତିରେ ମଦ୍ଯପାନ କରି ଗାଁର ବରିଷ୍ଠ ବ୍ଯକ୍ତି ମାନଙ୍କୁ ଗାଲିଗୁଲଜ କରିବା ସହ ଗାଁରେ ଉତ୍ତେଜନା ସୃଷ୍ଟି କରୁଛନ୍ତି।

ରାତିରେ ଟ୍ରାନ୍ସଫର୍ମରରୁ ଲାଇନ କାଟି ରାଜନୈତିକ ପୋଷ୍ଟ ବ୍ୟାନର ଚିରି ଗାଁରେ ଅରାଜକତା ସୁଷ୍ଟି କରୁଛନ୍ତି। ଗାଁରେ ରାଜନୈତିକ ବାତାବରଣ ଲାଗିରହିଛି । ଗାଁର କିଛି ଅସାମାଜିକ ଯୁବକ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ଯ ସେବନ କରି ଅସାମାଜିକ କାମ କରୁଥିବା ଅଭିଯୋଗ ହେଉଛି। ତେଣୁ ଗୁର୍ଖାପାଲି ଗ୍ରାମରେ ଯେପରି କୌଣସି ଅଘଟଣ ନ ଘଟୁ ସେଥି ପ୍ରତି ଦୁଷ୍ଟି ଦେଇ କଡାକଡି ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଥାନା ଅଧିକାରୀଙ୍କୁ ଦାବି ଜଣାଇଛନ୍ତି।

error: Content is protected !!