Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗୁରୁ ଭଗବାନ ସାହୁ ନାଟ୍ଯନୁଷ୍ଠାନ ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ।

ଗୁରୁ ଭଗବାନ ସାହୁ ନାଟ୍ଯନୁଷ୍ଠାନ ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ।

ବରପାଲି-ବରପାଲି ବଡ଼ଗାଁ ଗ୍ରାମରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ନାଟ୍ଯ ଅନୁଷ୍ଠାନ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ ଭଗବାନ ପାର୍ଟିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳନା ହୋଇଥିଲା। ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ସମ୍ମାନିତ ଅତିଥି ଚଳଚିତ୍ର ଅଭିନେତ୍ରୀ ଡ. ତପସ୍ଵିନୀ ଗୁରୁ,ମୁଖ୍ୟବକ୍ତା ନାଟ୍ୟକାର ନିର୍ଦ୍ଦେଶକ ନାଟ୍ୟଶ୍ରୀ ଗଦାଧର ବାରିକ,ପ୍ରାକ୍ତନ ଅଧ୍ୟକ୍ଷ ଟେକ ଚାନ୍ଦ ଦୁଆନ ପ୍ରମୁଖ ଯୋଗଦେଇ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୂଆଖାଇ ପାଳନର ମହାନାୟକ ଲୋକ ମହୋତ୍ସବ ର ଜନକ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଉପରେ ଗୁରୁତ୍ବପୂର୍ଣ ମତାମତ ଦେବା ସହିତ ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୀରକ ଜୟନ୍ତୀକୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ବର୍ଷ ତମାମ କାର୍ଯ୍ଯକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ବିଶିଷ୍ଟ କବି ଚଳଚ୍ଚିତ୍ର ପ୍ରଯୋଜକ କଣ୍ଠଶିଳ୍ପୀ ନିସାର ଅହମ୍ମଦଙ୍କ ଗୁରୁ ବନ୍ଦନା ପରେ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଓ ମହେନ୍ଦ୍ର କୁମାର ମେହେରଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସ୍ମୃତିକମିଟି ସଭାପତି ସୁବଳ ଚନ୍ଦ୍ର ମାଝୀ, ନିରଞ୍ଜନ ମେହେର, ଛବିଳ ପ୍ରଧାନ, ଉଦ୍ଧବ ବାରିକ,ବିମଳ କୃଷ୍ଣ ମିଶ୍ର, ତୁଳସୀ ଚରଣ ଦାଶ, ପଦ୍ମ ଲୋଚନ ସାହୁ, କ୍ଷୀରୋଦ କୁମାର ଦାଶ ପ୍ରମୁଖ ଉପସ୍ଥିତ ହୋଇ ନିଜ ମତାମତ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରୁ ସୁରେନ୍ଦ୍ର ବୀର ଭୁବନ ଭୋଇ ଆୟୋଜନ ସମ୍ପର୍କରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବେତାର କଣ୍ଠଶିଳ୍ପୀ ବିରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!