Wednesday, January 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ଉଦଘାଟିତ ।

ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ଉଦଘାଟିତ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ପୁରାତନ ଛାତ୍ରଛାତ୍ରୀ ଏବଂ ଶତବାର୍ଷିକୀ କମିଟିର ସଦସ୍ୟ ମାନେ ଗ୍ରାମ ଦେବତୀ ଟାଙ୍ଗରତଲିଏନ୍ ପୀଠରୁ ଘୁଙ୍ଗୁରା ବାଦ୍ୟ ଏବଂ ପଞ୍ଚବାଦ୍ଯର ତାଲେ ତାଲେ ଗ୍ରାମ ପରିକ୍ରମା କରି ଶତବାର୍ଷିକୀ ଉତ୍ସବ ପାଇଁ ମଶାଲ ଯାତ୍ରା କରିଥିଲେ। ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ବରଗଡ ସାଂସଦ ପ୍ରଦୀପ ପୁରୋହିତ ଶତବାର୍ଷିକୀ ଉତ୍ସବର ସ୍ମାରକୀ ତୋରଣକୁ ଆନୁଷ୍ଠାନିକ ଭାବେ ଉଦାଘାଟନ କରିଥିଲେ।

ପ୍ରଥମେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ଡ.ଉଦ୍ଧବ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ.ଉମେଶ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବିଜେପୁର ବିଧାୟକ ସନତ ଗଡତିଆ, ଶତବାର୍ଷିକୀ କମିଟିର ସଭାପତି କିଶୋର ପାତ୍ର, ସଂପାଦକ ଗୋଳାପ ନାୟକ, ଚାଷୀ ନେତା କିଶୋର ଚନ୍ଦ୍ର ଦେବତା, ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଖମାରୀ,ବ୍ଳକ ଅଧ୍ୟକ୍ଷ ପ୍ରଣୟ ସାହୁ,ବ୍ଳକ ଶିକ୍ଷାଧିକାରୀ ରାମଲାଲ ବରିହା,ସରପଞ୍ଚ ରାମଚନ୍ଦ୍ର ପାତ୍ର,ଜଗଦିଶ ପାତ୍ର ମଞ୍ଚାସିନ ହୋଇଥିଲେ। ମଞ୍ଚାସିନ ଅତିଥି ମାନଙ୍କ ହସ୍ତରେ ବିଦ୍ୟାଳୟର ‘ସ୍ମରଣିକା’ ପୁସ୍ତକ ଉନ୍ମୋଚନ ହୋଇଥିଲା।ଝସକେତନ ପଧାନ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ଅଶୋକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ହାସ୍ଯକବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ବିତୀୟ ଅଧିବେଶନରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୁରାତନ ଛାତ୍ର ଜୟଲାଲ ସାହୁ ମଞ୍ଚ ପରିଚାଲନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଜେଡି ସାଂସଦ ଡ.ପ୍ରଭାତ ସିଂ ଯୋଗଦାନ କରିଥିଲେ। ଅଧ୍ୟାପକ ସୁଶାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।ସେହିପରି ପୁର୍ବତନ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ପୁର୍ବତନ ବିଧାୟକ ମହମ୍ମଦ ରଫିକ,ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସଚିବ ସୁକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ ନିଜନିଜର ବକ୍ତବ୍ୟ ରଖିଥିଲେ।

error: Content is protected !!