ଭୁବନେଶ୍ୱର-ଗୁଣ୍ଡା,ଜମି ଜବରଦଖଲକାରୀ, ଠକ ଓ କଳାଧନ କାରବାର କରୁଥିବା ଲୋକଙ୍କୁ ଓଡ଼ିଶା ବିଜେପି ନିୟମିତ ଭାବେ ଦଳରେ ସ୍ୱାଗତ କରୁଛି । କେବଳ ସେମାନଙ୍କୁ ସ୍ୱାଗତ କରି ନାହାନ୍ତି ବରଂ ଟିକେଟ ମଧ୍ୟ ଦେଇଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ ପାତ୍ର । ଡକ୍ଟର ପାତ୍ର ଏକ ସାମ୍ୱାଦ୍ଖଳ ସମ୍ମିଳନୀରେ କହିଛନ୍ତି ଯେ ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଏମିତି ଜଣେଗୁଣ୍ଡା ହେଉଛନ୍ତି ଶ୍ରୀ ପ୍ରଶାନ୍ତ ଜଗଦେବ । ଗତକାଲି ସେ ଇଭିଏମ ଭାଙ୍ଗି ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାଡ଼ମାରିବା ସହ ଭୁବନେଶ୍ୱର ଲୋକସଭାର ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ବୋଲଗଡ଼ର ଏକ ପୋଲିଂ ବୁଥ୍ରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଓଡ଼ିଶା ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀନୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ସହାୟତାରେ ସେ ସେଠାରୁ ଫେରାର ହୋଇଯାଇଥିଲେ, ଯିଏକି ତାଙ୍କୁ କାର୍ରେ ଫେରାର ହେବାକୁ ସାହାଯ୍ୟ କରିଥିଲେ ଏବଂ ପୁଲିସ୍ ତାଙ୍କୁ ଅଟକ ରଖିନଥିବାରୁ ଶ୍ରୀଜଗଦ୍ଦେବଙ୍କୁ ବେଗୁନିଆରୁ ତାଙ୍କସହ ପଳାଇଯିବାକୁ ସୁନିଶ୍ଚିତ କରିଥିଲେ । ଆମେ ଦେଖୁଛୁ ଯେ ନିର୍ବାଚନ ଋତୁରେ ଅନେକ କେନ୍ଦ୍ରୀୟ ନେତା ନିର୍ବାଚନ ପର୍ଯ୍ୟଟକ ଭାବରେ ଓଡିଶା ଆସୁଛନ୍ତି ଏବଂ ଓଡ଼ିଶା ବିଜେପି ନେତାମାନେ ସେମାନଙ୍କୁ ଦେଇଥିବା ଲେଖାକୁ ଶୁଆ ଭଳି ଦୋହରାଉଛନ୍ତି ।
ଓଡ଼ିଶା ବିଜେପି ଏବଂ ଅପରାଧୀଙ୍କୁ ସ୍ୱାଗତ କରି ଟିକେଟ ଦେବାର ନୀତି ବିଷୟରେ ସେମାନେ ବୋଧହୁଏ ଅଜ୍ଞ । ଏହି କେନ୍ଦ୍ରୀୟ ନେତାମାନେ ଅପରାଧୀଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି । ଏହା ଶୁଣି ସମଗ୍ର ଓଡ଼ିଶାବାସୀ ହସୁଛନ୍ତି , କାରଣ ଦୁଇ କେନ୍ଦ୍ରୀୟ ନେତା କେନ୍ଦ୍ରାପଡ଼ାରେ ପ୍ରଚାରକରି ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି ବୋଲି କହିବାସହ ଶ୍ରୀବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିଥିଲେ । ଆଜି ଜମି ଜବରଦଖଲକାରୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ଶ୍ରୀବୈଜୟନ୍ତ ପଣ୍ଡା । ତାଙ୍କ କମ୍ପାନୀ ଅନୁସୂଚିତଜାତିର ଲୋକଙ୍କଠାରୁ ବେଆଇନ ଭାବେ ଜମି ଜବରଦଖଲ କରିଛି । ଏଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି । ସେହିଭଲି ତାଙ୍କ ମାଲିକାନାରେ ଥିବା ଟିଭିଚ୍ୟାନେଲ ସରକାରୀଜମିକୁ ଜବରଦଖଲ କରିଛି । ଶ୍ରୀବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ହଟାଇ ଦେଇଥିଲା ବିଜେଡି , କିନ୍ତୁ ବିଜେପି ତାଙ୍କୁ ନିଜ ଦଳରେ ସାମିଲ କରିଛି ।ସେମାନେ ନିଜ ଦଳର ନେତାଙ୍କୁ ଅବହେଳା କରିଥିଲେ ଏବଂ ଓଡ଼ିଶା ବିଜେପି ଏହି ଜମି ଜବରଦଖଲକାରୀଙ୍କୁ ଟିକେଟ୍ ଦେଇଥିଲେ । ଖାଲି ସେତିକି ନୁହେଁ ଶ୍ରୀ ବୈଜୟନ୍ତ ପଣ୍ଡା ମଧ୍ୟ ବାହାମାସ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ଯେତେବେଳେ ବାହାମାସରେ ପଞ୍ଜୀକୃତ ହୋଇଥିବା ଫିନଲେ, ମେସିନା ଓ ପିକିକା ନାମକ ତିନୋଟି ସେଲ୍ କମ୍ପାନିତାଙ୍କ ମାଲିକାନାରେ ଥିବା ଟିଭିକମ୍ପାନିରେ ଟଙ୍କାକାରବାର କରିଥିଲେ ଏବଂ ଏହି ପାଣ୍ଠିର ତଦନ୍ତ ଏକ ମଲ୍ଟିଏଜେନ୍ସି ଗ୍ରୁପ୍ ଜରିଆରେ କରାଯାଇଥିଲା । ଶ୍ରୀ ପ୍ରଶାନ୍ତ ଜଗଦେବ ମଦ୍ୟପ ଅବସ୍ଥାରେ ବିଜେପି କର୍ମୀଙ୍କୁ ନିଜ କାର୍ ଚଢାଇବା ସହିତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ବିଜେପି ଟାଉନ ସଭାପତିଙ୍କୁ ମାଡ ମାରିଥିଲେ ।
ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ବିଜେପି ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲା । ତାଙ୍କୁ ନିଜର ପୋଷ୍ଟରବୟ କରିଥିଲା । ଦୀର୍ଘବର୍ଷ ଧରି ପରିଶ୍ରମକରିଥିବା ଦଳର କର୍ମୀଙ୍କୁ ଟିକେଟ୍ ଦିଆଯାଇନଥିଲା । ସେହିଭଳି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନିଜ ନିର୍ବାଚନ ମଣ୍ଡଳୀର ଗରିବ ଲୋକଙ୍କୁ ଠକିଥିଲେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ । ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ବହିଷ୍କାର କରିଥିଲା । ଯେଉଁ ବ୍ୟକ୍ତିଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରୁଥିଲା, ତାଙ୍କୁ ସେମାନେ ଫୁଲମାଳ ପକାଇ ନିଜର ଆଗଧାଡ଼ିର ନେତା କରିଥିଲେ । ଦୀର୍ଘବର୍ଷ ଧରି କାମ କରିଥିବା ଦଳରନେତାଙ୍କୁ ଅଣଦେଖା କରି ସେମାନେ ଜଣେ ଠକଙ୍କୁ ଟିକେଟ୍ ଦେଇଥିଲେ । ଏହା ହେଉଛି ବିଜେପିର ଅସଲ ଚେହେରା । ଏହା ଏମିତି ଏକ ଦଳ ଯିଏଗୁଣ୍ଡା, ଜମି ଦଖଲକାରୀ,ଠକ ଏବଂ କଳାଧନ କାରବାରୀଙ୍କୁ ଖୋଲା ହୃଦୟରେ କୋଳେଇ ନେବା ସହିତ ଦଳୀୟଟିକେଟ ଦେଇଥାଏ ବୋଲି ଡ.ପାତ୍ର କହିଛନ୍ତି ।