Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିରରେ ରଜତ ଜୟନ୍ତୀ ।

ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିରରେ ରଜତ ଜୟନ୍ତୀ ।

ଗାଇସିଲେଟ-ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଆଜି ରଜତ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଶିଶୁ ମନ୍ଦିର ଠାରୁ ଏକ କଳସ ଶୋଭା ଯାତ୍ରା ବାହାରି ଯୋଷୀ ବନ୍ଧ ଠାରୁ ପାଣି ବୁଡାଇ ଗାଇସିଲେଟ ଗ୍ରାମ ପରିକ୍ରମା କରି ବିଦ୍ୟାମନ୍ଦିର ପହଞ୍ଚିଥିଲା । ପରେ ନବପ୍ରଭାତ ଆଶ୍ରମର ପରିଚାଳନାରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ୨ ଟା ସମୟରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୀବନ ମୁକ୍ତାନନ୍ଦ ସରସ୍ଵତୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ,ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ସରପଞ୍ଚ ଶରତ କାଲୋ,ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ସଞ୍ଜୟ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ଓ ସରସ୍ଵତୀ ବନ୍ଦନା ସହ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ରଜତ ଜୟନ୍ତୀ କମିଟିର ସଭାପତି ରବୀନ୍ଦ୍ର ପଣ୍ଡା ଉକ୍ତ ସଭାକୁ ପରିଚାଳନା କରିଥିବା ବେଳେ ଅତିଥି ମାନେ ତାଙ୍କ ଭାଷଣରେ ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷା ଦାନ ପଦ୍ଧତି, ସଂସ୍କାର ମୂଳକ ଶିକ୍ଷା ଓ ଦେଶପ୍ରେମ ମୂଲ୍ୟବୋଧ କୁ ପ୍ରଶଂସା କରିଥିବା ବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟ,ଗୁରୁଜୀ ଗୁରୁମା ,ସେବକ ସେବିକା ଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ପରିଶେଷରେ ମାନସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!