Sunday, April 20, 2025
spot_imgspot_imgspot_img
Homeରାଜ୍ୟଗାଇସିଲେଟ ବ୍ଲକ ଠାରେ ନୂତନ ଅପରାଧିକ ଆଇନ ଉପରେ ସଚେତନତା ଶିବିର ।

ଗାଇସିଲେଟ ବ୍ଲକ ଠାରେ ନୂତନ ଅପରାଧିକ ଆଇନ ଉପରେ ସଚେତନତା ଶିବିର ।

ଗାଇସିଲେଟ-ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗାଇସିଲେଟ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ମିଟିଂ ହଲ ଠାରେ ଏକ ସଚେତନତା ଶିବିର ସ୍ଥାନୀୟ ସାମ୍ବାଦିକ, ବୁଦ୍ଧିଜୀବି ଓ ସଚେତନ ନାଗରିକ ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଥାନା ଭାରପ୍ରାପ୍ତ ଅଧିକାରୀ ହରିଶଙ୍କର ଭୋଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଏବିଡିଓ ଭୀଷ୍ମ ମାଝି,ସମ୍ମାନିତ ଅତିଥି ଭାବରେ ସମନ୍ମିତ ଶିଶୁ ବିକାଶ ଅଧିକାରିଣୀ ସବିତା ସାହୁ,ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପାଣ୍ଡବ ନନ୍ଦ,ମହିଳା ପରିଦର୍ଶିକା,ମଧୁଲତା ସାହୁ, ରେଶ୍ମୀ ଟପ୍ପୋ,ସମାଜସେବୀ ସୁଶାନ୍ତ ପଣ୍ଡା ଯୋଗଦେଇ ନୂତନ ଆଇନ ର ଉପଯୋଗୀତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।

ବ୍ରିଟିଶ ଅମଳରୁ ବଳବତ୍ତର ଥିବା ଏହି ଆଇନ ସାମ୍ପ୍ରତିକ ସାମାଜିକ ସମସ୍ୟା ପରିପ୍ରେକ୍ଷୀରେ କ୍ରମ ବର୍ଦ୍ଧିଷ୍ଣୁ ଅପରାଧ ର ନିରାକରଣ ପାଇଁ ସହାୟକ ହେବ ବୋଲି ମତାମତ ପ୍ରକାଶ ପାଇଥିବା ବେଳେ ମାନବିକ ଅଧିକାର ତଥା ନାଗରିକଙ୍କ ର ଅଧିକାର ର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା । ଉପସ୍ଥିତ ଅଞ୍ଚଳବାସୀ ବିଭିନ୍ନ ଆଇନ ସମସ୍ୟା ଉପରେ ଥାନା କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଥାନା ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଶ୍ରୀଯୁକ୍ତ ପାଣ୍ଡବ ନନ୍ଦ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।

error: Content is protected !!