ବରଗଡ଼ ଜିଲ୍ଲା ଗାଇସିଲାଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସରପଞ୍ଚ ସଂଘର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଅର୍ପିତା ପଣ୍ଡା ଯୋଗଦେଇ ନାରୀ ହିଁ ଶକ୍ତି,ନାରୀ ହିଁ ଶାନ୍ତି, ନାରୀ ହିଁ ପ୍ରଗତି । ସେହି ନାରୀ କେତେବେଳେ ମମତାମୟୀ ହୋଇ ସ୍ନେହର ବର୍ଷା କରିଥାଏ । ନିଜର ରକ୍ଷା କରିବା ସହିତ ସମାଜ ର କଲ୍ୟାଣ କରିଥାଏ । ନାରୀଟିଏ ଘରୋଇ କାମ ସହିତ ସଦା ସର୍ବଦା ସମାଜ ର ମଙ୍ଗଳ ପାଇଁ ଚେଷ୍ଟା କରିଥାଏ । ଆଜି ନାରୀ ସମାଜ ର ବିଜ୍ଞାନ, କଳା,କ୍ରୀଡା, ରାଜନୈତିକ ଆର୍ଥିକ ,ସମାଜ ସେବା ସହିତ ସମସ୍ତ କ୍ଷେତ୍ର ରେ ଯୋଗଦାନ ରହିଛି । ତେଣୁ ନାରୀ ଜାତିର ସମ୍ମାନ ପାଇଁ କେବଳ ଆଜି ଗୋଟିଏ ଦିନ ପ୍ରଯୁଜ୍ୟ ବୋଲି ଭାବିବା ଉଚିତ ନୁହେଁ । ନାରୀଙ୍କ ସମ୍ମାନ ପାଇଁ ପ୍ରତ୍ୟେକ ଦିନ ମହତ୍ଵ ପୂର୍ଣ୍ଣ ବୋଲି ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମାନସ କୁମାର ଦାଶ ଓ ଅଧ୍ୟାପିକା ସଙ୍ଘମିତ୍ରା ସାହୁ ଙ୍କ ସହ ୟୁଥ ରେଡକ୍ରସ ର ସଂଯୋଜକ ପ୍ରାଧ୍ୟାପକ ନାରାୟଣ ମିଶ୍ର ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ର ଆୟୋଜନ ଓ ପରିଚାଳନା କରିଥିଲେ । ପ୍ରାଧ୍ୟାପକ ନାରାୟଣ ମିଶ୍ର ମହିଳା ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପ୍ରଧାନ ,ଅରୁଣ କୁମାର ପାଣିଗ୍ରାହି, ସୁବାସ ମାଝୀ, ଅଧ୍ୟାପକ ବାଚସ୍ପତି ପ୍ରଧାନ,ବିଶ୍ଵନାଥ ସାହୁ, ସୁନୀଲ ପାଣିଗ୍ରାହୀ, ଅଧ୍ୟାପିକା ସୁଶ୍ରୀ ବୀଣାପାଣି, ରାକ୍ଷୀ ମେହେର, ପ୍ରତିଭା ଦାଶ, ସଞ୍ଚିତା ମିଶ୍ର, ପ୍ରମୁଖ ଙ୍କ ସହ ବହୁ ସଂଖ୍ୟାରେ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅଧ୍ୟାପିକା ସଙ୍ଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।