Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗାଇସିଲାଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଆଲୋଚନା ଚକ୍ର।

ଗାଇସିଲାଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଆଲୋଚନା ଚକ୍ର।

ଗାଇସିଲାଟ – ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ ଗାଇସିଲାଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟରେ “ସ୍ଵାମୀ ବିବେକାନନ୍ଦ ଛାତ୍ର ସମାଜ ପାଇଁ ଏକ ଆଲୋକ ବର୍ତ୍ତିକା” ଶୀର୍ଷକ ଆଲୋଚନାଚକ୍ର ଅଧ୍ୟକ୍ଷ ଡ଼ ଜୟକେତନ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ଅଞ୍ଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା ବିଭାଗର ପ୍ରାଧ୍ୟାପକ ତଥା ସ୍ୱାମୀ ବିବେକାନନ୍ଦ ଙ୍କ ଅନୁଗାମୀ ଡ଼ ବାଞ୍ଛାନିଧି ପଣ୍ଡା ଯୋଗଦେଇ ସ୍ୱାମୀଜୀ ଙ୍କ ଜୀବନୀ, ଆଦର୍ଶ ଓ ତାଙ୍କ ତ୍ୟାଗପୁତ ଜୀବନ ଛାତ୍ରଛାତ୍ରୀ ମାନଙ୍କ ପାଇଁ କିପରି ପ୍ରେରଣାର ଉତ୍ସ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ସମ୍ମାନିତ ବକ୍ତା ଭାବରେ ସଂସ୍କୃତ ବିଭାଗ ପ୍ରାଧ୍ୟାପକ ନାରାୟଣ ମିଶ୍ର, ସ୍ୱାମୀଜୀ ଙ୍କ ଆଦର୍ଶ କେବଳ ଛାତ୍ର ମାନଙ୍କ ପାଇଁ ନୁହେଁ, ସମଗ୍ର ସମାଜ ପାଇଁ ଅନୁକରଣୀୟ ବୋଲି କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ନିଗମାନନ୍ଦ ପୃଷ୍ଟି ଓ ଖେଳଶିକ୍ଷକ ହେମନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବାଚସ୍ପତି ପଧାନ, ଅଧ୍ୟାପିକା ବୀଣାପାଣି ତାଣ୍ଡି, ନମିତା ସାହୁ, ସଂଜିତା ମିଶ୍ର ସହ ଅନେକ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ ନିଜ ମନ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!