ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମପଞ୍ଚାୟତ ସରପଞ୍ଚ ରାମଚନ୍ଦ୍ର ପାତ୍ର ନିଜ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମୁଟପାଲି,ରେଙ୍ଗାଲପାଲି,ବେହେରାବାହାଲି ଏବଂ ଗୁଦେରପାଲି ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଘର ଘର ବୁଲି ତଦାରଖ କରିଥିଲେ ।
ଯେଉଁ ହିତାଧିକାରୀ ମାନେ ଘର ପାଇ କାମ ଆରମ୍ଭ କରୁନାହାନ୍ତି ତାଙ୍କୁ ତାଗିଦ କରିବା ସହ ଯେଉଁ ମାନେ ଅଧାପନ୍ତରିଆ କାମ କରିଛନ୍ତି ଖୁବ୍ ଶୀଘ୍ର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ଗାଁ ରେ ବୁଲୁଥିବା ସମୟରେ ଅନ୍ୟ ସମସ୍ୟା ଗୁଡ଼ିକ ବିଷୟରେ ମଧ୍ୟ ଲୋକଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସରପଞ୍ଚଙ୍କ ଏଭଳି କାମ ପାଇଁ ଜନସାଧାରଣ ଖୁବ୍ ପ୍ରଶଂସା କରିଥିଲେ ।