Wednesday, January 22, 2025
spot_imgspot_imgspot_img
Homeରାଜ୍ୟଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ପାଇଁ ହେବ ବିରାଟ ସମାବେଶ , ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା...

ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ପାଇଁ ହେବ ବିରାଟ ସମାବେଶ , ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା ।

ବରଗଡ-ଅଗ୍ରଗାମୀ ଯୁବକ ସଂଘ ବରଗଡ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ପରଷଦ ତରଫରୁ ଶୁଶୀଲ କୁମାର ନାୟକ, ରାଜକୁମାର ସେଠ, ପ୍ରଶାନ୍ତ ମାଝୀ, ମୋହନ ଜଗତ ଉପସ୍ଥିତ ଥିଲେ । ଏହି ସମ୍ମିଲନୀରେ ଗନ୍ଧମାର୍ଦ୍ଦନ ପାହାଡ ତଥା ଏହାର ପ୍ରାକୃତିକ ପରିବେଶ ର ସୁରକ୍ଷା ନିମନ୍ତେ ଏକ ସ୍ଥାୟୀ ଆଇନ ଦାବୀରେ ଆସନ୍ତା ୧୨ ଜାନୁୟାରୀରେ ଖପରାଖୋଲ ଠାରେ ଏକ ବିରାଟ ଜନସମାବେଶ ଆୟୋଜନ ପାଇଁ ନିଷ୍ପତି କରାଯାଇଛି ।

ସୁଚନାଯୋଗ୍ୟ ଯେ ୧୯୭୧ ମସିହାରୁ ଆଜିଯାଏଁ ଯେତେବି ସରକାର ଆସିଛନ୍ତି ଗନ୍ଧମାର୍ଦ୍ଦନର ବକ୍ସାଇଟ ଓ ଅନ୍ୟାନ୍ୟ ଖଣିଜ ସଂପଦକୁ ଲୋଲୁପଦୃଷ୍ଟି ରଖି ଖଣି ଖନନର ପ୍ରୟାସ କରି ଆସିଛନ୍ତି । ଯଦିଓ ଏକାଧିକ ସରକାରୀ ରିପୋଟ ଅନୁଯାୟୀ ଗନ୍ଧମାର୍ଦ୍ଦନରେ ଯଦି ଖଣି ଖନନ ହୁଏ ତାର କୁପ୍ରଭାବରେ ଗନ୍ଧମାର୍ଦ୍ଦନର ୨୦୦ କିମି ବ୍ୟାସାର୍ଦ୍ଦ ଅଂଚଳ ପୁରାପୁରି ଭାବେ ମରୂଭୂମୀରେ ପରିଣତ ହୋଇଯିବ । ବର୍ତମାନ ପରିଷଦ ତରଫରୁ ଖପ୍ରାଖୋଲ ତହସିଲ ଅଫିସ ପରିସରରେ ଆଜକୁ ୪୭ ଦିନ ହୋଇଗଲା ଗଣଧାରଣା ଚାଲିଛି ।

ଏହି ଧାରଣାକୁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ, ସାମାଜିକ କର୍ମିୀ ଓ ଜାତି ଧର୍ମ ଦଳ ନିର୍ବିଶେଷରେ ବିଭିନ୍ନ ବର୍ଗର ସମର୍ଥନ ରହିଆସିଛି । ଧାରଣା ଚାଲିଥିଲେ ସୁଦ୍ଧା ଏଯାବତ କେନ୍ଦ୍ର ବା ରାଜ୍ୟ ସରକାର ତରଫରୁ କୌଣସି ଅଧିକୃତ ପ୍ରତିନିଧି ପହଁଚି ନାହାନ୍ତି ବା କୌଣସି ପ୍ରକାର ସକାରାତ୍ମକ ପଦକ୍ଷେପ ଉଭୟ ସରକାର ନେଇ ନାହାନ୍ତି । ତେଣୁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଦାରଣ ଓ ଆନ୍ଦୋଲକୁ ତ୍ୱରାନିତ କରିବା ପାଇଁ ଏହି ସମାବେଶରେ ଜନମତ ଲୋଡାଜିବ ।

error: Content is protected !!