ଝାରବନ୍ଧ-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗାଁର ଜଣେ ଗଞ୍ଜେଇ ବ୍ୟବସାୟୀ କୁ ଧରିବା ବେଲେ ଝାରବନ୍ଧ ପୋଲିସ ଆକ୍ରମଣର ଶିକାର ହୋଇଛି l ସୂଚନା ଅନୁସାରେ ଗତ କାଲି ଡଭl -ବସନା ରାସ୍ତାରେ ଝାରବନ୍ଧ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବସନା ଥାନା ଅନ୍ତର୍ଗତ କେଶରପୁର ଗାଁ ର ଯଦୁନାଥ ଶ୍ରୀବସ (29)ଓ ଡିଲେଶ୍ୱର ଗହୀର (25)ଏକ ଏଚ ଏଫ ଡୀଲକ୍ସ ବାଇକରେ ନିତ୍ୟାନନ୍ଦପୁର ଗାଁ ର ନାନୁ ସାହୁ ଠାରୁ ତିନି କେଜି ଗଞ୍ଜେଇ ନେଉଥିବା ସମୟରେ ପୋଲିସ ଦ୍ୱାରା ଧରା ପଡ଼ିଥିଲେ, ଏହି ସମୟରେ ପଛରେ ଥିବା ନାନୁ ସାହୁ ପୋଲିସକୁ ଦେଖି ଫେରାର ହୋଇଥିଲା, ପୋଲିସ ସନ୍ଧ୍ୟା ସମୟରୁ ନାନୁ କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା, ଏଥି ପାଇଁ ଭୋର ଚାରି ଟା ରେ ନାନୁ ଘରେ ଚଢ଼ାଉ କରିଥିଲା, ଚଢ଼ାଉ ସମୟରେ ଥାନା ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମହାନ୍ତିଙ୍କ ସହିତ ଏଏସଆଇ ସମାରୁ ନାଗ, କନେଷ୍ଟବଳ ଡାକ୍ତର ଷlଣ୍ଢ, ଆକାଶ ପ୍ରଧାନ ଏବଂ ଆଇ ଆର ବି ଯବାନ ମାନେ ସାମିଲ ଥିଲେ l ଅଭିଯୁକ୍ତ କୁ ଥାନା ଗାଡ଼ିରେ ବସାଇ ଆଣୁଥିବା ସମୟରେ ତାଙ୍କ ପରିବାର ଲୋକେ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତ କୁ ଫେରାର କରାଇଦେଇଥିଲେ l ଥାନା ଅଧିକାରୀ ଶ୍ରୀମତୀ ମହାନ୍ତିଙ୍କୁ ଗୋଟିଏ ଘର ଭିତରେ ଭର୍ତ୍ତି କରି ତାଲା ଟୁଙ୍କି ଦେଇ ପଥର, ଠେଙ୍ଗା ସାହାଯ୍ୟରେ ଅନ୍ୟ ପୋଲିସ ମାନଙ୍କୁ ଆକ୍ରମଣ କରିଥିଲେ, ଏବଂ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜ୍ଜା କରିଥିଲେ l ପରେ ଘଟଣାର ଖବର ପାଇ ବିଳାସପୁର ସରପଞ୍ଚ ଶ୍ରୀଯୁକ୍ତ ଚୈତରାମ ନାଏକ ଘଟଣାସ୍ଥଳକୁ ପହଞ୍ଚି ପୋଲିସ ମାନଙ୍କୁ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ଆହତ ମାନଙ୍କୁ ନୁଆଁପଡା ଜିଲ୍ଲା ସୀମାନ୍ତ ବେଲଟୁକୁରି ପୋଲିସର ସହାୟତାରେ ଚିକିତ୍ସାକରାଯାଇଥିଲା, ପରେ ଘଟଣl ସ୍ଥଳକୁ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଭୋଇ, ପାଇକମାଲ ପୋଲିସ , ଜଗଦଳପୁର ପୋଲିସ ପହଞ୍ଚି ତାଙ୍କ ବ୍ୟବହୃତ ଛଅ ଟି ବାଇକ, ଗୋଟିଏ ବୋଲେନୋ କାର, ଗୋଟିଏ ଟ୍ରାକ୍ଟର ସହ ଆଠ ଜଣ ପୁରୁଷ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।