Sunday, April 20, 2025
spot_imgspot_imgspot_img
Homeରାଜ୍ୟଗଛ ଆଳରେ ରାସ୍ତା ନିର୍ମାଣ କାମରେ ଓବିସିସି କମ୍ପାନୀର ଚଞ୍ଚକତା : ଜିଲ୍ଲାପାଳଙ୍କ ପାଖରେ ଗ୍ରାମବାସୀଙ୍କ...

ଗଛ ଆଳରେ ରାସ୍ତା ନିର୍ମାଣ କାମରେ ଓବିସିସି କମ୍ପାନୀର ଚଞ୍ଚକତା : ଜିଲ୍ଲାପାଳଙ୍କ ପାଖରେ ଗ୍ରାମବାସୀଙ୍କ ଅଭିଯୋଗ ।

ଗାଇସିଲେଟ-ବରଗଡ ଜିଲ୍ଲା ଏକାମ୍ର ଛକ ଠାରୁ ଦୁବଳାବାହାଲ ଭାୟା ବିଜେପୁର ରାସ୍ତାର ପ୍ରଶସ୍ତିକରଣ କାମ ଚାଲୁଛି। ଏହି ନିର୍ମାଣଧିନ ରାସ୍ତା ଏକାମ୍ର ଛକ ଠାରୁ ଝିଲ୍ଳୀ ନାଳା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ କରୁଥିବା ସ୍ଥଳେ ଝିଲ୍ଳି ନାଳା ଠାରୁ ଭାୟା ଗୁଦେରପାଲି ଦୁବଲାବାହାଲ ପର୍ଯ୍ୟନ୍ତ ଓଡିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି) କମ୍ପାନୀ କରୁଅଛି। ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରୁଥିବା ଅଂଶରେ ୯ ମିଟର ଚଉଡା ରାସ୍ତା ପାଇଁ ରାସ୍ତା କଡ଼ରେ ଥିବା ଅନେକ ମୂଲ୍ୟବାନ ଗଛ କଟାଯାଇ କାମ ହେଉଛି। କିନ୍ତୁ ଓବିସିସି କମ୍ପାନୀ ରାସ୍ତା ନିର୍ମାଣ କରୁଥିବା ଅଂଶରେ ଗୁଦେରପାଲି ଭାୟା କୁଣ୍ଡାଖାଇ ଛକ ପାଖରେ ପ୍ରାୟ ୧.୬ କି.ମି.ରାସ୍ତାକୁ ରାସ୍ତାକଡ଼ରେ ଗଛ ଥିବା ଆଳ ଦେଖାଇ ଉକ୍ତ କମ୍ପାନୀ ୯ ମିଟର ଚଉଡା ପରିବର୍ତ୍ତେ ଚଞ୍ଚକତା କରି ୭ମିଟର ଚଉଡା ରେ କାମ କରୁଅଛି। ଏହି ଅଞ୍ଚଳରେ ପ୍ରାୟ ୩୦ ବର୍ଷ ପୂର୍ବର କେବଲ ଚାକୁଣ୍ଡା,ରାଧାଚୂଡା ପ୍ରଭୁତି ଗଛ ରହିଅଛି।

ଯାହା ବର୍ତ୍ତମାନ ବୁଢା ହୋଇ ଦୁର୍ବଳ ହୋଇ ଟିକିଏ ପବନରେ ଢଲି ରାସ୍ତାରେ ପଡୁଛି।ଏ ବିଷୟରେ ଗତ ୧୧ ତାରିଖ ଦିନ ବରଗଡ ଜିଲ୍ଲାପାଳଙ୍କ ଗାଇସିଲେଟ ଅଭିଯୋଗ ପ୍ରକୋଷ୍ଠରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ରାସ୍ତା କଡ ଗଛ କାଟିବା ପାଇଁ ଓବିସିସି କମ୍ପାନୀ ଜଙ୍ଗଳ ବିଭାଗକୁ ଆବେଦନ ନକରି ମନମୁଖୀ ରାସ୍ତା ସଂକୀର୍ଣ୍ଣ କରୁଥିବା ଅଭିଯୋଗ ହେଉଛି। ଏହା ଆଗାମୀ ଦିନରେ ଅନେକ ଦୁର୍ଘଟଣାର କାରଣ ହେବାର ସମ୍ଭାବନା ରହିଛି। ରାସ୍ତା ନିର୍ମାଣ ରେ ଏହି ଗୋଟିଏ ସ୍ଥାନ ପାଇଁ ଏ ପକ୍ଷପାତିତା କରାଯାଉଛି କାହିଁକି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

error: Content is protected !!