Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍କାଉଟ୍ ଗାଇଡ୍ ଦୀକ୍ଷାନ୍ତ ପର୍ବ ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍କାଉଟ୍ ଗାଇଡ୍ ଦୀକ୍ଷାନ୍ତ ପର୍ବ ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତାଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ସ୍କାଉଟ୍, ଗାଇଡ୍ ମାନଙ୍କ ଦୀକ୍ଷାନ୍ତ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରୀତମ ମେହେର, ପଦ୍ମପୁର, ସମ୍ମାନିତ ଅତିଥି ଭାବେ ଉପେନ୍ଦ୍ର ପଟେଲ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ, ବରିଷ୍ଠ ସ୍କାଉଟ୍ ମାଷ୍ଟର ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ, ପାଇକମାଳ, ସ୍କାଉଟ୍ ଟ୍ରେନିଂ କମିଶନର୍ ଶ୍ରୀଯୁକ୍ତ ସୁଦର୍ଶନ ମହାକୁର ମୁନିକେଲ, ବରିଷ୍ଠ ସ୍କାଉଟ୍ ମାଷ୍ଟର ଶ୍ରୀଯୁକ୍ତ ଅକ୍ଷୟ ସାହୁ ଝେଙ୍ଗନାଡିହି, ବରିଷ୍ଠ ଗାଇଡ୍ କ୍ଯାପ୍ କେନ୍ ଶ୍ରୀମତୀ ନମିତା ସାହୁ ପାଇକମାଳ, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଦହିତା ଯୋଗଦେଇ ଥିଲେ। ମିଳିତ ଭାବରେ ସ୍କାଉଟ୍ ଗାଇଡ୍ ପତାକା ଉତ୍ତୋଳନ ପରେ ଦୀକ୍ଷାନ୍ତ ପର୍ବର ଶପଥ ପାଠ କରାଇଲେ ବିଶ୍ଵନାଥ ସାହୁ।ପର୍ବକୁ ପରିଚାଳନା କଲେ ଟ୍ରେନିଂ କମିଶନର୍ ଶ୍ରୀଯୁକ୍ତ ସୁଦର୍ଶନ ମହାକୁର।

ଅତିଥି ମାନେ ସ୍କାଉଟ୍ ଗାଇଡ୍ ମାନଙ୍କୁ ସ୍କାର୍ଫ ସହିତ ମେମ୍ବରସିପ୍ ବେଙ୍ଗ ପ୍ରଦାନ କରି ମିଷ୍ଟାନ୍ନ ସେବନ କରାଇଥିଲେ।ଉକ୍ତ ଭବ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କ୍ୟାପ୍ କେନ୍ ସୋନାଲିକା ଶବର ଓ ମାଷ୍ଟର ଶ୍ରୀଯୁକ୍ତ ତ୍ରିଲୋକେଶ ବରିହା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ, କିଶୋର କୁମ୍ଭାର, ଦୀପକ୍ ସିଂ ବରିହା, ପୁରନ୍ଦର ଭୋଇ, ଶିକ୍ଷୟିତ୍ରୀ ଭାନୁମତୀ କଲାହାରୀ,ପୂଜା ସାହୁ, ଅଞ୍ଜଳି ବେହେରା, ରେବତୀ ବିଶି, ମନିଷା ବେଶ୍ରା ଓ ପୁରନ୍ ଭାଇ। ବୀର ବାଦ୍ୟ ରଚନାରେ ତାଳେ ମୁସ୍କାନ ବାଗଙ୍କ କଲର୍ ପାର୍ଟି କମାଣ୍ଡିଂ ରେ ମୁଖ୍ୟ ଅତିଥି ଙ୍କୁ ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମେହେର ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ସେବାରେ ବ୍ରତୀ ହେବା ପାଇଁ ଆହ୍ୱାନ କରିଥିଲେ। ଶେଷରେ ଗାଇଡ୍ କ୍ୟାପଟେନ୍ ସୋନାଲିକା ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!