Saturday, March 7, 2026
Homeରାଜ୍ୟଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ।

ପଦ୍ମପୁର– ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ଆବାହକତ୍ୱରେ ପରିଚାଳନା କମିଟି ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲଙ୍କ ସଭାପତିତ୍ବରେ ଶିକ୍ଷା ବର୍ଷର ଦ୍ଵିତୀୟ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓସେପାର ନିର୍ଦ୍ଦେଶ ମୁତାବକ ଶୈକ୍ଷିକ ମାନ ଅଭିବୃଦ୍ଧି ପାଇଁ ଚାଳ ଆମେ ସ୍କୁଲ ଯିବା,ମା ପାଇଁ ଗଛ ଟିଏ, ଅନୁଷ୍ଠାନ ସ୍ବଚ୍ଛତା ଓ ପରିଷ୍କାର, ବିଦ୍ୟାଳୟ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ସ୍ବଚ୍ଛତା ଓ ସୁରକ୍ଷା କମିଟି ଗଠନ ଓ କାର୍ଯ୍ୟ,ସୁରଭି ୨୦୨୫ ସହ ଛାତ୍ରଛାତ୍ରୀ ଉପସ୍ଥାନ ବୃଦ୍ଧି ପାଇଁ ଅଭିଭାବକଙ୍କ ସହଯୋଗ, ମାସିକ ପରୀକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଭିନବ ଶନିବାର ଆକ୍ଟିଭିଟି,ନବମ ଓ ଦଶମ ଶ୍ରେଣୀର ରିଭିଜନ ଆକ୍ଟିଭିଟି, ପ୍ରଶ୍ନପତ୍ର ବ୍ୟାଙ୍କ୍, ବିଦ୍ୟାଳୟ ରେ ସୁରକ୍ଷା ଟୋଲ୍ ଫ୍ରି ନମ୍ବର ଉପଲବ୍ଧି ଉପରେ ଆଲୋଚନା କରାଯାଇଥିଲା।

ପ୍ରଧାନ ଶିକ୍ଷକ ଏସବୁର ବିବରଣୀ ବିଷୟରେ ଭାବେ ଆଲୋଚନା କରିଥିବା ବେଳେ,ସଭାପତି ବିଦ୍ୟାଳୟ ରେ ଚେୟାରମେନ ର ଭୂମିକା, ଅଭିଭାବକଙ୍କ ସହଯୋଗ ଉପରେ ବଖାଣିଥିଲେ। ବରିଷ୍ଠ ଶିକ୍ଷକ କ୍ଷୀରୋଦ୍ରନାଥ ସାହୁ ମୋବାଇଲ୍ ଦୂରୁପଯୋଗ,ସ୍ବଧ୍ୟାୟୀ ହେବା ସହ ନିୟମିତ ବିଦ୍ୟାଳୟ ପଠାଇବାରେ ପିତାମାତା ଭୂମିକା ଓ ଉତ୍ସାହିତ କରିବା ପାଇଁ ମତ ରଖିଥିଲେ।ମାଆ ମାନଙ୍କ ପ୍ରେରଣା ଛାତ୍ରଛାତ୍ରୀ ମାନଙ୍କୁ ଆଗେଇ ନେଇ ପାରିବ ବୋଲି ମାଆ ମାନଙ୍କୁ ସଚେତନ କରାଇଥିଲେ। ଅଭିଭାବକ ଅଭିଭାବିକା ମଧ୍ୟରେ କ୍ଷୀରବତୀ ସୁନା ବିଦ୍ୟାଳୟର ଛାତ୍ର ମାନଙ୍କୁ ଶୌଚାଳୟ ଅଭାବର ସୁବିଧା କରିବା ପାଇଁ ସ୍ଥାନୀୟ ବିଡିଓଙ୍କୁ କୁହାଯାଇଥିବା କାର୍ଯ୍ୟକାରିତା ବିଷୟରେ ବୁଝିଥିଲେ। ଶେଷରେ ହିନ୍ଦୀ ଶିକ୍ଷୟିତ୍ରୀ ରେବତୀ ବିଶି ହିନ୍ଦୀ ଭାଷାରେ ସୁନ୍ଦର ଧନ୍ୟବାଦ ଅର୍ପଣ କଲାପରେ ସଭା ସାଙ୍ଗ ଘୋଷଣା କରାଯାଇଥିଲା।

error: Content is protected !!