ପଦ୍ମପୁର – ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା କାର୍ଯ୍ୟକ୍ରମକୁ ଅତିଥି ତଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନେ ବାଦ୍ୟ ନୃତ୍ୟ ସହ ପ୍ରଧାନ ଶିକ୍ଷକମାନଙ୍କୁ ପାଛୋଟି ନେଇଥିଲେ। ସଭାପତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇଙ୍କ କର କମଳରେ ବାଗ୍ଦେବୀ ସରସ୍ବତୀ ଓ ବିଘ୍ନରାଜ ଗଣେଶ ଙ୍କୁ ପୂଜା କରି ଆଜି ସଭାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଦୁଇ ଜଣ ସାଧନ କର୍ମୀ ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ ଯଥାକ୍ରମେ ବାୟୋ ମେଟ୍ରିକ୍,ଈ- ଲାଇବ୍ରେରୀ,ୟୁ- ଡାଏସ୍ ପୂରଣ,ଉତ୍କର୍ଷ,ମାସିକ ପାଠ୍ୟ ଖସଡ଼ା, ବିଜ୍ଞାନ ପ୍ରାକ୍ଟିକାଲ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସମସ୍ତ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଶ୍ରେଣୀ କକ୍ଷକୁ ଯାଇ ଉତ୍ସାହିତ କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଲାଇବ୍ରେରୀ,ଲେବୋରୋଟାରୀ ପ୍ରଦର୍ଶନ କରିଥିଲେ।ମଧ୍ୟାହ୍ନ ଭୋଜନ ପରେ ଆଜିର ଅନ୍ୟାନ୍ୟ ବିଷୟ ଆଲୋଚନା ପରେ ଛାତ୍ର ଛାତ୍ରୀ ମାନଙ୍କ ପୋଷାକ ବଣ୍ଟନ ର କାଗଜାତ ପ୍ରସ୍ତୁତ କରାଯାଇଥିଲା। ଶେଷରେ ବେଣୁଧର ସାହୁ ଧନ୍ୟବାଦ ଦେଇଥିଲେ।