ଗାଇସିଲେଟ-ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ହେବାକୁ ଥିବା ଗଙ୍ଗାଧର ମେହେର ଜୟନ୍ତୀ ୨୦୨୫ ଉପଲକ୍ଷେ ଆଜି ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି। ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୩୪ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। କଣ୍ଠ ସଂଗୀତରେ ପିଏମଶ୍ରୀ ହାଇସ୍କୁଲ ଗନିଆପାଲିର ପ୍ରଶାନ୍ତ ସାହୁ, ସରକାରୀ ନୋଡାଲ ହାଇସ୍କୁଲ ଗାଇସିଲେଟ ର ଚନ୍ଦ୍ରିକା ସାହୁ, ପଞ୍ଚାୟତ ହାଇସ୍କୁଲ ଜଗଲପାଟର ପ୍ରମିଳା ବାରିକ୍ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ବକ୍ତୃତା ରେ ପିପିପି ହାଇସ୍କୁଲ ବରିହାପୁଖାପାଣିର ଐଶ୍ୱର୍ଯ୍ୟା ପ୍ରଧାନ, ପ୍ରଥମ ,ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ଯାପିଠ ପଲ୍ଲୀବିକାଶର ଧରିତ୍ରୀ ସାହୁ ଦ୍ଵିତୀୟ ଓ ଗନିଆପାଲି ହାଇସ୍କୁଲର ଜୁଲି ବିଶ୍ଵାଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚିତ୍ରାଙ୍କନ ରେ ସରକାରୀ ନୋଡାଲ ହାଇସ୍କୁଲ ଗାଇସିଲେଟର ଗୁଣ ସାଗର ରଣା, ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଗାଇସିଲେଟର ଶ୍ରୀୟାରାଣୀ ସାହୁ ଦ୍ଵିତୀୟ ଏବଂ ପଞ୍ଚାୟତ ହାଇସ୍କୁଲ ଫିରିଙ୍ଗିମାଲର ଆୟୂଶ ସାହୁ ଓ ଗନିଆପାଲି ହାଇସ୍କୁଲ ର ଡୋଲାନେତ୍ରୀ ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ପ୍ରତିଯୋଗିତାରେ ଡୋଲାମଣି ତରିଆ, ରମେଶ କୁମାର ସାହୁ, ସୁଦର୍ଶନ ବାରିକ, ମନୋରଞ୍ଜନ ପ୍ରଧାନ ବିଚାରକ ଭାବେ ଯୋଗଦାନ କରିଥିଲେ ଓ ପ୍ରଶାନ୍ତ ହୋତା, ପ୍ରଫୁଲ୍ଲ ଦଣ୍ଡସେନା, ମୋହନ ରଣା, ତ୍ରିଲୋଚନ ବେହେରା ପ୍ରମୁଖ ସହଯୋଗିତା କରିଥିଲେ। ପ୍ରକାଶ ଥାଉକି ଆସନ୍ତା ଶନିବାର ଶ୍ରାବଣ ପୂର୍ଣ୍ଣିମା ଦିନ ହେବାକୁ ଥିବା ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଓ ଗବେଷକ ଡ. ସୁଭାଷ ମେହେର ମୁଖ୍ୟ ଅତିଥି ଓ ପ୍ରଫେସର ଡ଼. ବବ୍ରୁବାହନ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦାନ କରିବେ । ଏହି ଅବସରରେ ସଂସଦ ତରଫରୁ ବିଶିଷ୍ଟ କବି ଓ ସାହିତ୍ୟିକ ନିରଞ୍ଜନ ପଣ୍ଡାଙ୍କୁ ଏବର୍ଷର “ଗଙ୍ଗାଧର ସାରସ୍ବତ ସମ୍ମାନ” ଓ ବ୍ଳକ ମାଟ୍ରିକ ଟପ୍ପର ସୁଶ୍ରୀ ନିଲମ ସାହୁ ଓ ସୁବ୍ରତ ନାଗଙ୍କୁ “ଗଙ୍ଗାଧର ପ୍ରତିଭା ସମ୍ମାନ” ଦିଆଯିବ।



