ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମପଞ୍ଚାୟତର କୁଜାମୁଣ୍ଡା ଗାଁରେ ଚାଷୀଙ୍କ ବିଲରେ ସବସିଟିରୁ ରାଜ୍ୟସରକାରଙ୍କ ତରଫରୁ ବିଜୁକୃଷକ ଯୋଜନାରେ ଗଭୀର ନଳକୂପ ମାନ ଗତ ୨୦୨୩ ମସିହାରୁ ଖନନ କରାଯାଇଛି। ଗତ ଦୁଇ ମାସ ହବ ସେହି ଗଭୀର ନଳକୂପ ମାନଙ୍କୁ ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ୍ ତାର ସଂଯୋଗ କରାହୋଇଛି। କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସେହି ଟ୍ରାନ୍ସଫର୍ମର ମାନଙ୍କୁ ବିଦ୍ୟୁତ ଚାର୍ଜ କରାଯାଇ ପାରିନାହିଁ। ବିଦ୍ଯୁତ ଚାର୍ଜ ନ ଥିବାରୁ ଟ୍ରାନ୍ସଫର୍ମରର ଏବଂ ବିଦ୍ୟୁତ ତାର ଚୋରି ହୋଇଯିବାର ଭୟ ରହିଛି।
ଟ୍ରାନ୍ସଫର୍ମରରେ ବିଦ୍ୟୁତ ଚାର୍ଜ ନଥିବାରୁ ଚାଷୀ ମାନେ ରାତିରେ ହାଡ଼ଭଙ୍ଗା ଶୀତ କାକରରେ ବିଲରେ ଶୋଇ ବିଦ୍ଯୁତ ତାର ଏବଂ ଟ୍ରାସକର୍ମରକୁ ଜଗିଛନ୍ତି। ଚାଷୀମାନେ ବିଦ୍ୟୁତ ଚାର୍ଜ କରିବା ପାଇଁ ଟାଟାପାଓ୍ବାର କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ। ଶେଷରେ ଏ ବିଷୟରେ କୁଜାମୁଣ୍ଡା ଗାଁର ଚାଷୀ କୁଲ ବିଜେପୁର ବିଧାୟକ ସନତ ଗଡତିଆଙ୍କୁ ଭେଟି ତାଙ୍କ ବିଲର ଗଭୀର ନଳକୂପ ମାନଙ୍କୁ ଶିଘ୍ର ବିଦ୍ୟୁତ ଚାର୍ଜ କରାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସେହି ପରି ଉକ୍ତ ଗ୍ରାମପଞ୍ଚାୟତର ନୁଆଁପାଲି ଏବଂ ଚିଖିଲି ଗାଁର ଚାଷୀ ମାନେ ମଧ୍ୟ ସମାନ ଅସୁବିଧା ଭୋଗୁଛନ୍ତି। ସେମାନେ ମଧ୍ୟ ଚାଷୀ ନେତା କିଶୋର ଚନ୍ଦ୍ର ଦେବତାଙ୍କୁ ଭେଟିଥିଲେ। ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ଦୁଇଦିନ ଭିତରେ ମିଟର ଲାଗିବ ଏବଂ ବିଲ ମାନଙ୍କର ଗଭୀର ନଳକୂପ ମାନଙ୍କୁ ବିଦ୍ୟୁତ୍ ଚାର୍ଜ କରାଯିବ ବୋଲିି ବିଭାଗୀୟ ଯନ୍ତ୍ରୀ ପ୍ରତିଶୃତି ଦେଇଥିବା ଚାଷୀନେତା କହିଛନ୍ତି।