ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟରର ଖୁଣ୍ଟୁଲାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ସମର୍ଥ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସରପଞ୍ଚ ବେଦମତୀ ମେଣ୍ଡିଲି ଓ ସମ୍ମାନିତ ଅତିଥି ଭାବରେ କୋଟସମଲାଇ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶୋଭାଗିନୀ ମିଶ୍ର, ପୂର୍ବତନ ଛାତ୍ର ଉତ୍ତର ପାତ୍ର,ସିଆରସିସି, ସୁଧାଂଶୁ ଶେଖର ଲୁହା,ନାଏକ ସରପଞ୍ଚ ଦୁଷ୍ମନ୍ତ ପଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଦ୍ରିନାରାୟଣ ଶତପଥୀ ଯୋଗ ଦେଇଥିଲେ।

ଏଥିରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ।ଏହି ଅବସରରେ ନିପୁଣ ଓଡିଶା ସଂଗୀତ ଗାନ ଖୁଣ୍ଟୁଲାପାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ହୋଇଥିବା ବେଳେ ସାକ୍ଷରତା ଷ୍ଟଲ,ସଂଖ୍ୟାଗାନ ଷ୍ଟଲ,ସୃଜନାତ୍ମକ ଶିକ୍ଷା ଷ୍ଟଲ ଓ ମତାମତ ଷ୍ଟଲ ଆଦି ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଖାତା ଓ କଲମ ବଣ୍ଟନ କରି ଉତ୍ସାହିତ କରାଯାଇଥିଲା। ଏଥିରେ ଭଗବତୀ ହୋତା ଓ ରମେଶ ମାଝୀ ସହଯୋଗ କରିଥିବା ବେଳେ ଶିକ୍ଷକ ଅଚ୍ୟୁତ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି ଅବସରରେ କ୍ଲଷ୍ଟର ସମସ୍ତ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

