ପାହାଡିଆ ପଥୁରିଆ ଭୁଇଁରେ ହସୁଛି ସୁନାର ଫସଲ ।
ଗୁଣୁ ଗୁଣୁ ଶବ୍ଦରେ ଫୁଲକୁ ଫୁଲ ବୁଲୁଛି ଭଅଁର ।
କୋଇଡା-କୁବେରର ଗନ୍ତାଘର ଥାଇ ଜଦି ମଣିଷ ଦାରିଦ୍ର୍ୟତାର ପାହାଡ ଉପରେ ବସବାସ କରେ , ଯେଉଁଠି ସରକାରଙ୍କ ରାଡାର ବାହାରେ ଥିବା ରାଜସ୍ଵ ଗ୍ରାମ ସାମାନ୍ୟ ମୌଳିକ ସୁବିଧା ଜୀବନସାରା ସଂଘର୍ଷ କରେ ସେଠି ବିନା ବିଦ୍ୟୁତ୍, ପାଣି ରେ ନିଜ ପେଟପାଟଣା ପାଇଁ ପ୍ରକୃତି ଉପରେ ସମ୍ପୁର୍ଣ୍ଣ ନିର୍ଭର ହୋଇ ଫଳାନ୍ତି ସୁନାର ଫସଲ ସିଏ ପୁଣି ଶହ ଶହ ଫୁଟ୍ ପାହାଡ ପଥୁରିଆ ଭୁଇଁରେ ।
ଯୁଆଡେ ନଜର ଯାଉଛି ସିଆଡେ କେବଳ ସ୍ୱର୍ଣ୍ଣୀମ ବେଶରେ ହସୁଛି ସୋରିଷ ଓ ରାଶି ଫୁଲ , ମହକି ଉଠୁଛି ଚତୁପାର୍ଶ୍ଵ ।ଏ ଦୃଶ୍ୟ ହେଉଛି ସୁନ୍ଦରଗଡ ଜିଲ୍ଲା ଖଣି ପ୍ରାଚୁର୍ଯ୍ୟ ସମ୍ପଦ ଭରା କୋଇଡା ବ୍ଲକ୍ ପାଟମୁଣ୍ଡା ପଞ୍ଚାୟତ ପାହାଡ ଜଙ୍ଗଲ ଭରା କଦମଡିହ ରାଜସ୍ଵ ଗ୍ରାମର । ଯେଉଁ ଗ୍ରାମ ଚତୁପାର୍ଶ୍ଵ ଖଣି ରେ ପରିପୁର୍ଣ ତଥାପି ସ୍ୱାଧୀନତା ର ଏତେ ଦଶନ୍ଧି ପରେ ମଧ୍ୟ ବିଦ୍ୟୁତ୍, ପାଣି, ରାସ୍ତା , ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା କଣ ବୋଲି ଜାଣିନାହାନ୍ତି କି ଦେଖି ନାହାନ୍ତି ।
କିନ୍ତୁ ନିଜ ପେଟପାଟଣା ପାଇଁ ସୁନାର ଫସଲ ସମସ୍ତଙ୍କ ମନ ମହୁଛି । ଗ୍ରାମର ୧୩୦ ପରିବାର ଘର ପାଖ ହେଉ ଅବା ଖାଲି ଜମି , ପାହାଡ ହେଉ ଅବା ଟାଙ୍ଗରା ଭୁଇଁ ସବୁଆଡେ ସୋରିଷ ଓ ରାଶି ଲଗାଇଛନ୍ତି । ଆଉ ଏହି ଚାଷରୁ ସେମାନେ ତୈଳ ବାହାର କରି ନିଜ ଘରେ ବ୍ୟବହାର କରନ୍ତି ନଚେତ୍ ବଦଳାଇ ଘରର ଅନ୍ୟାନ୍ୟ ସୌଦା ଆଣନ୍ତି । ଚାଷ ସମୟରେ ସରକାରଙ୍କ ଦିଆଯାଉଥିବା ଚାଉଳ ସହ ଏଥିରୁ ଶାଗ ବାହାର କରି ଖାଇଥଆନ୍ତି ।
ଚଳିତ ବର୍ଷ ଏତେ ମାତ୍ରାରେ ଚାଷ ହୋଇଛି ଯେ ପାହାଡ ଉପର ସ୍ୱର୍ଣ୍ଣୀମ ଚାଦର ଢଙ୍କା ହୋଇଥିବା ପରିଲକ୍ଷିତ ହୋଇଛି । ବହୁ ଗମନାଗମନ କରୁଥିବା ବ୍ୟକ୍ତି ଘଡିଏ ରହିଯାଇ ଚାଷର ସୌନ୍ଦର୍ଯ୍ୟ କୁ ଉପୋଭଗ କରୁଛନ୍ତି ଓ ଫଟ ଉଠାଉଛନ୍ତି । କିନ୍ତୁ କଦମଡିହି ଗ୍ରାମବାସୀଙ୍କ ମନର ବେଦନା କୁ କେହି ନିଜ କ୍ୟାମେରା ରେ ଆବଦ୍ଧ କରିପାରିନାହାନ୍ତି ସେଥିପାଇଁ ଆଜିବି ଏ ଗ୍ରାମ ସରକାରଙ୍କ ସାବତ ପୁଅ ହୋଇ ରହିଯାଇଛି ।