ଅତାବିରା(ସୁରେନ୍ଦ୍ର କଠାର)-ଅତାବିରାର ଅଗ୍ରଣୀ କମ୍ପୁଟର ଶିକ୍ଷା କେନ୍ଦ୍ର ‘କ୍ଳାସ କମ୍ପୁଟର’ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଥିରେ ୨ଜଣ ମହିଳାଙ୍କ ସମେତ ମୋଟ୍ ୪୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୀମସାର୍ ବୁର୍ଲା ରକ୍ତଭଣ୍ଡାରେ ରକ୍ତର ଘୋର ସଂକଟ ଦେଖା ଦେଇଥିବା ବେଳେ ରକ୍ତ ଅଭାବ ଯୋଗୁଁ ରୋଗୀମାନେ ବହୁ ହଇରାଣ ହେଉଥିବା ଉପଲବ୍ଧି କରି କ୍ଳାସ କମ୍ପୁଟର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରକୁ ବୁର୍ଲା ଭୀମ୍ସାର ବରିଷ୍ଠ ଶିଶୁ ବିଶେଷଜ୍ଞ ଡ଼ା ଶୋଭେନ୍ଦ୍ର କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କ୍ଳାସ କମ୍ପୁଟରର ପ୍ରତିଷ୍ଠାତା ସମାଜସେବୀ ଜିତେନ୍ଦ୍ର ଦାଶ, ପରିଚାଳନା ମୁଖ୍ୟ ମନୋଜ ବରାଇ ଉଦଘାଟନ କରିଥିଲେ। ଭୀମସାର ବୁର୍ଲାର ରକ୍ତଭଣ୍ଡାର କର୍ମଚାରୀ ରକ୍ତସଂଗ୍ରହ କରିଥିବା ବେଳେ ପରିଚାଳନାରେ ଲକ୍ଷ୍ମୀ ପ୍ରଧାନ, ସବିତା ମାଝୀ, ରିଙ୍କୁ ପାଇକ, ଦୀପ୍ତି ତରିଆ, ମନୋଜ ବରାଇ, ସତ୍ୟମ୍ ଗେଜୋ, ଦୀପକ ବ୍ରହ୍ମଭଟ୍ଟ, ଜନକରାମ ଦାଶ, ଆକାଶ ମିଶ୍ର, ଏମ୍ଡ଼ି ଜାବେଦ, ଏମ୍ଡ଼ି ପରବେଜ, ସିଦ୍ଧାର୍ଥ ଶଂକର ପଣ୍ଡା, ପାର୍ଥସାରଥୀ ପଣ୍ଡା, ଜିତେନ୍ଦ୍ର ଦାଶ, ନରେନ୍ଦ୍ର ଦାଶ ସହଯୋଗ କରିଥିଲେ। ରକ୍ତଦାତା ଜୀବନ ଦାତା ଶିବିରରେ ଅମିତ ମିଶ୍ର, ନରେନ୍ଦ୍ର ଦାଶ, ସନାତନ ମେହେର, ପ୍ରିୟ ରଂଜନ ବରାଇ, କେଶବ ମେହେର, ଉଦିତ ମେହେର, ଅମିତ ମେହେର, ଲିପସା କର୍ଣ୍ଣ, ଜିତୁ ସାହୁ, ଚୁନିଲାଲ ଶର୍ମା, ନରେନ୍ଦ୍ର ଭେସ୍ରା, ଗୋବିନ୍ଦ ଗହିର, ଅଜିତ ପ୍ରଧାନ, ଦେବଦତ୍ତ ପ୍ରଧାନ, ନାରାୟଣ ସାହୁ, ଶିବା ରେଡ୍ଡି, ଏମ୍ଡ଼ି ଜାବେଦ, ଜ୍ୟୋସ୍ନା ଦୀପ, ସୋହମ ବାବୁ. ଅଚ୍ୟଉଥ ଫ୍ରଦଶଡ଼, ଊମାକାନ୍ତ ରାୟ, ମିତ୍ରଭାନୁ ପ୍ରଧାନ, ରାଜେଶ ପ୍ରଧାନ, ରାମୁ ରେଡ୍ଡୀ, ସମିତ ପ୍ରଧାୀନ, ମନୋଜ ତ୍ରିପାତଠୀ, ବିକାଶ ସିଂ, ହିମାଂସୁ ଦୀପ, ସୁଧାଂସୁ ତ୍ରିପାଠୀ, ବିକାଶ ସାହୁ, ଏମ୍ଡ଼ି ସତବାବୁ, ଆକାଶ ପ୍ରଧାନ, ରିଙ୍କୁ ଦାଣ୍ଡିଆ, ପିୟୁଶ ରଂଜନ ବରାଇ, ନରେଶ ଅଗ୍ରୱାଲ, ମାନସ ରଂଜନ ପ୍ରଧାନ, ବିଜୟ ମେହେର, ଅମିତ ବନଛୋର, ଦୁର୍ଯୋଧନ ସାହୁ, ନିତ୍ୟାନନ୍ଦ ସାହୁ, ମନୋଜ ବରାଇ, ସାନନ୍ଦ ଶତପଥି ରକ୍ତଦାନ କରିଥିଲେ।