Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକ୍ଳଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କ୍ଳଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ୟୁଜିୟୁପି ସ୍କୁଲ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଖମାରୀଙ୍କ ସଭାପତିତ୍ବରେ କ୍ଳଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ ଉପସ୍ଥିତ ଅତିଥି ଗଣ ବିଘ୍ନ ନାଶକ ଗଣେଶ ଓ ବୀଣାପାଣି ସରସ୍ଵତୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ମାଲ୍ୟାର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ଏ‌ହି କାର୍ଯ୍ୟକ୍ରମର ଉଦଘାଟନି ଉତ୍ସବରେ ଏବିଇଓ ନେହେରୁ ଦାଶ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସୁରଭୀ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ତାଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରକାଶିତ କରିପାରୁଛନ୍ତି ବୋଲି ଉଦବୋଧନ ଦେଇଥିଲେ।

ଚାଷୀନେତା କିଶୋର ଚନ୍ଦ୍ର ଦେବତା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସୁରଭୀର ମୁଖ୍ୟ ପ୍ରସଙ୍ଗ ଲୋକକଥା ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଅନ୍ଯ ମାନଙ୍କ ମଧ୍ୟରେ,ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ କିଶୋର ପାତ୍ର ମଞ୍ଚାସିନ ଥିଲେ। ଉଦଯାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବାପୁଜୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଜାପତି ପ୍ରଧାନ,ସାମ୍ବାଦିକ ରିଙ୍କୁ ଦେବତା ଅନ୍ଯତମ ଅତିଥି ଭାବେ ଯୋଗଦେଇ ଥିଲେ।

ସିଆରସିସି ପୁରନ୍ଦର ପଣ୍ଡା ଏବଂ ଜୟଲାଲ ସାହୁ ମଞ୍ଚ ପରିଚାଲନା କରିଥିବା ବେଳେ ବାପୁଜୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଜାପତି ପ୍ରଧାନ,କୁମର ମହାନନ୍ଦ ଏବଂ ସଞ୍ଜୟ ବିଶ୍ବାଲ ବିଚାରକ କର୍ମ ତୁଲାଇ ଥିଲେ।ଏହି କାର୍ଯ୍ୟକ୍ରମରେ ଗୁଦେରପାଲି ଏବଂ ଚିଖିଲି ଦୁଇଟି ଗ୍ରାମପଞ୍ଚାୟତର ସମସ୍ତ ସ୍କୁଲ ଏବଂ ହାଇସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନୃତ୍ୟ, ସଂଗୀତ, ବକୃତା, କୁଇଜ୍, ପ୍ରବନ୍ଧ, ଚିତ୍ରାଙ୍କନ ଓ ଭାଷଣ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ।

error: Content is protected !!