Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ -'ସୁରଭି' ଅନୁଷ୍ଠିତ।

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ -‘ସୁରଭି’ ଅନୁଷ୍ଠିତ।

ବରପାଲି-ବରପାଲି ବ୍ଲକ ତେଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସିଆରସିସି ସଞ୍ଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଉତ୍ସବକୁ ମୁଖ୍ୟଅତିଥି ଭାବରେ ବରପାଲି ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରକ୍ସା ପଞ୍ଚାୟତ ସରପଞ୍ଚ ମିଳି ରାଉତ,ମୋ ସ୍କୁଲ ଅଭିଯାନ ସଭାପତି କେଶବ ରାଉତ ଏବଂ ବରପାଲି ଗଙ୍ଗାଧର ଏନ.ଏ.ସି ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ କୁମାର ବାରିକ ଯୋଗ ଦେଇଥିଲେ।

ଉତ୍ସବରେ ତେଜଙ୍ଗ କ୍ଲଷ୍ଟର ଅର୍ନ୍ତଗତ ଆସିଥିବା ଦଶଟି ବିଦ୍ୟାଳୟ ମଧ୍ଯରୁ ମୋଟ ୧୨୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅପରାହ୍ନରେ ଦ୍ବିତିୟ ପର୍ଯ୍ଯାୟରେ ଉଦଯାପନୀ ପର୍ବରେ ମୁଖ୍ୟଅତିଥି ଭାବରେ ବରଗଡ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ଭାବେ ସ୍ଥାନିୟ ତହସିଲଦାର ରୁକ୍ବଣ ମେହେର,ବ୍ଲକ ଅଧ୍ଯକ୍ଷା ରିନା ଥଇତ ଓ ବରିଷ୍ଠ କବି ରଣଜିତ ପଧାନ ପ୍ରମୁଖ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପୁରସ୍କୃତ କରିଥିଲେ l

ତେଜଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ର ସଭାପତିତ୍ୱ କରିଥିବା ବେଳେ ତିଳେଇମାଲ ପଞ୍ଚାୟତ ହାଇସ୍କୁଲ ଖେଳଶିକ୍ଷକ ସତ୍ୟପ୍ରିୟ ପରଢ଼ିଆ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଛତ୍ରୀ ତାଙ୍କ ଅଭିଭାଷଣରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଓ ରହିଥିବା ଜ୍ଞାନ ଓ ବିଜ୍ଞାନ ଚିନ୍ତିଧାରା ସହ କଳା ପ୍ରତି ରହିଥିବା ମନୋବଳକୁ କିପରି ସ୍କୁଲ, କ୍ଲଷ୍ଟର, ବ୍ଲକ ଓ ଜିଲ୍ଲାରୁ ରାଜ୍ୟ ସ୍ତରରେ ପହଞ୍ଚି ସୁନାମ ଅର୍ଜନ କରି ପାରିବେ,ଏହା ହେଉଛି ସୁରଭିର ଏକ ସୁନ୍ଦର ମାଧ୍ୟମ।

କାଯ୍ୟକ୍ରମ ପରିଚାଳନାରେ ସ୍କୁଲ କମିଟି ଓ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କରିଥିଲେ। ସହକାରୀ ଶିକ୍ଷକ ଜୟନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ତିଳେଇମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ନିମାଇଁ ଚରଣ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!