ବରପାଲି-ବରପାଲି ବ୍ଲକ ତେଜଙ୍ଗ କ୍ଲଷ୍ଟର ସ୍ତରିୟ ଶିକ୍ଷଣିୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶରଧାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସି.ଆର.ସି.ସି. ସଞ୍ଜୟ କୁମାର ସାହୁଙ୍କ ତତ୍ଵାବଧାନରେ ପରିଚାଳିତ ହୋଇଥିଲା l କ୍ଲଷ୍ଟରର ଆଠ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରି ଓ ସାତ ଜଣ ଏଫ ଅଲ ଅନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ସିଆରସିସି ସଞ୍ଜୟ କୁମାର ସାହୁ ଛାତ୍ର ଛାତ୍ରୀ ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ବିଶେଷ ଭାବରେ ଆହରଣ କରିପାରିବେ ଏବଂ ଶ୍ରେଣୀ କୋଠରୀ ଗୁଡିକ ସଠିକ ଭାବେ ପରିଚାଳିତ ହୋଇପାରିବ। ସେହିପରି ପରିଚାଳନାଗତ ଅନ୍ଯାନ୍ଯ ସୁବିଧା ଅସୁବିଧା ଉପରେ ବୁଝାଇଥିଲେ l ବୈଠକରେ ବରପାଲି ବ୍ଲକ ଶିକ୍ଷା ପରିବାର ମୁଖ୍ୟ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ମୂଖ୍ଯଅତିଥି ଭାବରେ ଯୋଗ ଦେଇଥିଲେ। ବରିଷ୍ଠ କିରାଣୀ ଜୟ କିଶନ ସାହୁ ପରିଦର୍ଶନରେ ପହଞ୍ଚିଥିଲେ l
ବ୍ଲକ ଶିକ୍ଷା ଅଧିକାରୀ ମହାର ବାବୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରିସିମାକୁ କିପରି ପ୍ରତେକ ବିଦ୍ୟାଳୟ ରେ ସୁନ୍ଦର ଭାବରେ ପରିଚାଳନା ହୋଇପାରିବ ଓ ଛାତ୍ର ଛାତ୍ରୀ ମାନେ କିପରି ସର୍ବନିମ୍ନ ଜ୍ଞାନ ଆହରଣ କରିପାରିବେ ସେ ବିଷୟ ରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ନାସ ପରୀକ୍ଷା ପ୍ରତେକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉନ୍ନତ ମାନର ପ୍ରଦର୍ଶନ ହୋଇ ପାରିବ ବୋଲି ବୁଝାଇଥିଲେ l ଶରଧାପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ l