Sunday, March 8, 2026
Homeରାଜ୍ୟକୋସଲ ବାଦୀ ନେତାଙ୍କୁ ଘରୁ ଉଠାଇ ନେଇ ଗାଇସିଲେଟ ଥାନାରେ ଅଟକ ରଖିଲା ପୋଲିସ ।

କୋସଲ ବାଦୀ ନେତାଙ୍କୁ ଘରୁ ଉଠାଇ ନେଇ ଗାଇସିଲେଟ ଥାନାରେ ଅଟକ ରଖିଲା ପୋଲିସ ।

ଗାଇସିଲେଟ – ଆଜି ସାରା ରାଜ୍ୟରେ ଓଡିଶା ଦିବସ ପାଲନ କରାଯିବା ନେଇ ସୂଚନା ପରେ ଓଡିଶା (ଉତ୍କଳ )ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଁ କୋଶଲ ସଂଗଠନ ନିଷ୍ପତି ନେଇଥିଲା । ବାରମ୍ବାର ଶୋଷିତ, ଅବହେଳିତ ର ଶିକାର ହେଉଥିବା ପ୍ରଶ୍ଚିମ ଓଡିଶା ଭାସା ସଂସ୍କୃତି ପରମ୍ପରାକୁ ଅପମାନ କରି କୋସଳାଞ୍ଚଳର ସମସ୍ତ ଖଣି ଖାଦାନ ରାଜସ୍ବ ବହୁତ ଆଦାୟ ହେଉଥିଲେ ମଧ୍ୟ ଉପକୁଳ ଓଡ଼ିଶାର ଉନ୍ନତି କରିବାରେ ସରକାର ବ୍ୟସ୍ତ ହେଲେ ସବୁବେଳେ ପ୍ରଶ୍ଚିମ ଓଡିଶା କୁ ଅଣଦେଖା କରୁଛନ୍ତି । ତେଣୁ ପ୍ରଶ୍ଚିମ ଓଡ଼ିଶାର ବିକାଶ ପାଇଁ କୋସଲ ରାଜ୍ୟ ନିହାତି ଆବଶ୍ୟକ କୋଶଲ ପ୍ରଦେଶ ଗଠନ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ନିଯୁକ୍ତି ଓ ସମସ୍ତ କ୍ଷେତ୍ର ରେ ଉନ୍ନତି ହେଇ ପାରିବ ।

ତେଣୁ ଓଡ଼ିଆ ଆମ ମାତୃଭାଷା ସମ୍ବଲପୁରୀ /କୋଶଲି ଅଟେ ଆମ୍ଭେ କାହିଁକି ଓଡ଼ିଆ ଉତ୍କଳ ର ଗୁଣ ଗାନ କରିବୁ ବୋଲି ଉତ୍କଳ ଦିବସ କୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ କୋସଲ ସଂଗ୍ରାମୀ ମାନେ ଆହ୍ୱାନ କରିଥିଲେ । କଳା ଦିବସ ପାଳନକୁ ଭଣ୍ଡୁର କରିବା ପାଇଁ କୋସଲ ରାଜ୍ୟ ମୁକ୍ତି ମୋର୍ଚା, ଗାଇସିଲେଟ ବ୍ଲକର ସଭାପତି ଗଜପତି ସାହୁ, କୋସଲ ରାଜ୍ୟ ସମ୍ମନିତ ସମିତି ସଭାପତି ଅରବିନ୍ଦ ପଣ୍ଡା, ପ୍ରସନ୍ନ କୁମ୍ଭାର ଙ୍କୁ ଗାଇସିଲେଟ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛନ୍ତି ।

error: Content is protected !!