Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକୋଶଳ କଳାକାର ସଂଘର କାର୍ତ୍ତିକୋତ୍ସବ ।

କୋଶଳ କଳାକାର ସଂଘର କାର୍ତ୍ତିକୋତ୍ସବ ।

ପାଇକମାଲ-ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ଠାରେ ସ୍ଥାନୀୟ କୋଶଳ କଳାକାର ସଂଘ ପକ୍ଷରୁ କାର୍ତ୍ତିକମହୋତ୍ସବ ଅନୁଷ୍ଠିତ ହୋଇଥିଲା।କାର୍ତ୍ତିକ ପୁଣ୍ୟ ମାସରେ ନୃସିଂହନାଥ ଠାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲା।ମହୋତ୍ସବ ହେବା ଦ୍ୱାରା ଶ୍ରଦ୍ଧାଳୁ ଭକ୍ତମାନେ ଆଧ୍ୟାତ୍ମିକ ଲୋକ କଳା ଆହରଣ କରିଥିଲେ।ସଂଘର ସଭାପତି ଟାଇଲ ଚନ୍ଦ୍ର ଭୋଇ ସଭାପତିତ୍ବ କରିଥିଲେ।

ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବି ଯୋଗେନ୍ଦ୍ର ଭୋଇ,ସମ୍ମାନିତ ଅତିଥି ସାମ୍ବାଦିକ ବଡ଼ ଶତପଥି,ସୁବୋଧ ପଣ୍ଡା,ଚିତ୍ତରଞ୍ଜନ ସରାଫ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମରେ କୀର୍ତ୍ତନ ଧାରା,କରମା,ପାଲା ଆଦି ପରିବେଷଣ ହୋଇଥିଲେ।

ବାଦୀମାଲ,କଂସଡା,ମୁନେଇକେଲ,ଡୁଙ୍ଗୁରିପାଲି,କୋକନରା,ଗଉଡ଼ପାଲି,କେର୍ମେଲି,ଛେଲିଆମାଲ,ସିଂହନପୁର କଳାକାର ଦଳ ଯୋଗଦାନ କରିଥିଲେ।ଡୋଲାମଣି ମାହାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପଦ୍ମନାଭ ମାହାର,ଗୋପୀନାଥ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

error: Content is protected !!