Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକୋଶଲୀର ସାମ୍ବିଧାନିକ ସ୍ୱୀକୃତି ପାଇଁ ପଦ୍ମପୁରରେ କୋଶଲ ଅସ୍ମିତା ରଥ ।

କୋଶଲୀର ସାମ୍ବିଧାନିକ ସ୍ୱୀକୃତି ପାଇଁ ପଦ୍ମପୁରରେ କୋଶଲ ଅସ୍ମିତା ରଥ ।

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଠାରେ ପହଁଚିଚି କୋଶଲ ଅସ୍ମିତା ରଥ । ସହରର କଚେରୀ ସାମନାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଷିଷ୍ଟ ନାଟ୍ୟକାର କେଶରଂଜନ ପ୍ରଧାନ, ହାସ୍ୟକବି ମନୋରଂଜନ ସାହୁ, ସଂଗିତକାର ସୁରେନ୍ଦ୍ର କୁମାର ସାହୁ, ରମେଶ ଗୁର୍ଲା, କବି ଭଗବାନ ମଲ୍ଲିକ ପ୍ରମୁଖ ସହରର ଅନେକ ବୁଦ୍ଦୀଜୀବି କୋଶଲ ଅସ୍ମିତା ରଥକୁ ସ୍ୱାଗତ କରିବା ସହ ପଶ୍ଚିମ ଓଡିଶାର ଅସ୍ମିତାର ସୁରକ୍ଷା ପାଇଁ ନିତାନ୍ତ ଜରୁରୀ କାର୍ଯ୍ୟକ୍ରମ ବୋଲି କହିଥିଲେ ।

କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ, ସାଂସ୍କୃତିକ ସଂପାଦକ ସରୋଜ ଭୂୟାଁ, ଯୁଗ୍ମ ସଂପାଦକ ସାକେତ ଶ୍ରୀଭୁଷଣ ସାହୁ ପ୍ରକାଶ କରିଥିଲେ ଯେ କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ, ପଶ୍ଚିମ ଓଡିଶାର ବିଦ୍ୟାଲୟ ମାନଂକୁ କୋଶଲୀ ମାଧ୍ୟମରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ଓ ଓଡିଶାର ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ଦାବୀରେ ୧୦ ଜିଲ୍ଲା ପରିକ୍ରମା କରିବ କୋଶଲ ଅସ୍ମିତା ରଥ । ନିଜ ମାତୃଭାଷାରେ ଶିକ୍ଷା ପାଇ ପାରୁନଥିବାରୁ ଶିଶୁମାନଂକର ବୌଦ୍ଧିକ ବିକାଶ ହେଇପାରୁନାହିଁ ।

ପଶ୍ଚିମ ଓଡିଶାରେ ଉଦବେଗଜନକ ଭାବେ ୨୭.୨୯ ଶତକଡା ପିଲା ଅଧାରୁ ପାଠ ଛାଡି ଦେଉଛନ୍ତି । ସେହିପରି ଆଗାମି ଜନଗଣନାରେ ପଶ୍ଚିମ ଓଡିଶାର ସମସ୍ତ ଭାଇ ଭଉଣୀ ମାତୃଭାଷା କୋଶଲୀ ବୋଲି ଉଲ୍ଲେଖ କରିବାକୁ ନିବେଦନ କରିଛି ଏକାଡେମୀ ।

error: Content is protected !!