
ପଦ୍ମପୁର-କୋଶଲ ସଂଗ୍ରାମୀ ତଥା ଲଢୁଆ ନେତା ସରୋଜ ପଧାନଙ୍କ ଜନ୍ମଦିନ ଅବସରରେ ଶିକାରୀପାଲି ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ଯୁବସମାଜସେବୀ ତଥା ୱିନର ସ୍କୁଲର ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

ପଦ୍ମପୁର ଉପଖଣ୍ଡ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ସମୁଦାୟ ୨୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାତା ମାନେ ହେଲେ ସୁମନ୍ତ ପ୍ରଧାନ, କମଲେଶ ମାଝୀ,ସୁଦାମା ଚିରଗୁନ,ଅମର ଗହିର,ମଧୁସୂଦନ ମଲ୍ଲିକ,ସଞ୍ଜୟ ପଟେଲ,ଆକାଶ ବାଗ, ତାପସ ସିଂ,ପ୍ରଶାନ୍ତ ବାଗ,ସମୀର ପୋଡ଼, ଦେବିଟ୍ ସିଂ ବରିହା,ଉମେଶ ବାଗ, ବିଘ୍ନ ବରିହା,ଜିତୁ ଲୁହାର ।



