Wednesday, March 12, 2025
spot_imgspot_imgspot_img
Homeରାଜ୍ୟକୋଶଲ ରାଜ୍ୟ ଦାବି ଓ ଜୟନାରାୟଣ ମିଶ୍ର ଙ୍କୁ ସମର୍ଥନ ଜଣାଇ ଉତ୍କଳ ର ପୋଷ୍ଟର...

କୋଶଲ ରାଜ୍ୟ ଦାବି ଓ ଜୟନାରାୟଣ ମିଶ୍ର ଙ୍କୁ ସମର୍ଥନ ଜଣାଇ ଉତ୍କଳ ର ପୋଷ୍ଟର ଜାଳିଲେ କୋଶଲ ପ୍ରେମୀ ।

ଗାଇସିଲେଟ – ୧୯୩୬ ମସିହା ରୁ ଓଡିଶା ପ୍ରଦେଶ ଗଠନ ହୋଇଥିଲେ ମଧ୍ୟ ଆଜିବି ପ୍ରଶ୍ଚିମ ଓଡିଶା ଅବହେଳିତ ଶୋଶିତ ଏକଥା ସମସ୍ତଙ୍କୁ ଜଣା । ଦୀର୍ଘ ବର୍ଷ ଧରି ସ୍ୱତନ୍ତ୍ର କୋଶଲ ପ୍ରଦେଶ ଗଠନ ପାଇଁ ଦାବି ହୋଇଆସୁଛି । ଗତ ଶନିବାର ଦିନ ଏକ ସରକାରୀ କାର୍ଯ୍ୟକ୍ରମ ରେ ସମ୍ବଲପୁର ବିଧାୟକ ଶ୍ରୀମାନ ଜୟନାରାୟଣ ମିଶ୍ର ପ୍ରଶ୍ଚିମ ଓଡିଶା ସବୁବେଳେ ଅବହେଳା ଅବନ୍ନତି ହଉଛି ଏଣୁ ଆମ୍ଭେ ଓଡିଶା ସାଙ୍ଗେ ମିଶିବା ଭୁଲ ଥିଲା ଓ କୋଶଲ ପ୍ରଦେଶ ଗଠନ ଦାବି ଯଥାର୍ଥ ବୋଲି ବକ୍ତବ୍ୟ ଦେଇଥିଲେ । ଏ ପ୍ରସଙ୍ଗରେ ଏବେ କୋଶଲ ବିରୋଧୀ ମାନେ ଶ୍ରୀମାନ ମିଶ୍ର ଙ୍କୁ ଅନେକ କଟୁ ଭାସା ପ୍ରଯୋଗ କରିବା ସହିତ ବିଧାନ ସଭା ରେ ହାଟଗୋଳ କରୁଛନ୍ତି ।

ଆଜି ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ଗାଇସିଲାଟ ବ୍ଲକ କୋଶଲ ସଂଗ୍ରାମୀ ଓ ସାଧାରଣ ଜନତା କୋଶଲ ରାଜ୍ୟ ଦାବି ଓ ଜୟନାରାୟଣ ମିଶ୍ରଙ୍କ ସପକ୍ଷରେ ଉତ୍କଳର ପୋଷ୍ଟର ଜାଳିବା ସହିତ ଓଡିଶା ଗୋ ବେକ,କୋଶଲଆଞ୍ଚଳରେ ଉତ୍କଳ ଫୁତ୍କଳ ନାଇଁ ଚାଲେ, ଜୟନାରାୟଣ ମିଶ୍ର ତୁମ ଆଗେ ବୋଢ଼ୋ ହମ ତୁମ୍ଭରେ ସାଥ ହୈ ଇତ୍ୟାଦି ନାରାବାଜି କରିଥିଲେ l ଯେହେତୁ ପ୍ରଶ୍ଚିମ ଓଡିଶାର ଭାସା ସାହିତ୍ୟ ସଂସ୍କୃତି ପରମ୍ପରା ଅଲଗା ସବୁବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ନିଯୁକ୍ତି କ୍ଷେତ୍ରରେ ଅବହେଳିତ ଅସମ୍ମାନ କରାଯାଉଛି ଏଣୁ କୋଶଲ ରାଜ୍ୟ ପ୍ରସଙ୍ଗରେ ବିଧାୟକ ମିଶ୍ର ନିରାଟ ସତ କହିଛନ୍ତି ।

ଏଣୁ ସମର୍ଥନ ଜଣାଇବା ସହିତ ପ୍ରଶ୍ଚିମ ଓଡ଼ିଶାର ବିଧାୟକ ସାଂସଦ ସ୍ୱର ଉଠାଇବା ପାଇଁ ଅପିଲ କରିଛନ୍ତି । ଯଦି ଜୟ ନାରାୟଣ ମିଶ୍ର ଙ୍କୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହେଲେ ପ୍ରଶ୍ଚିମ ଓଡ଼ିଶାରେ ପୂର୍ବାଞ୍ଚଳର କୌଣସି ନେତା, ଅଫିସର ଙ୍କୁ ଆମ ଅଂଚଳରେ ରଖାଇ ଦେବୁ ନାହିଁ ବୋଲି ଚେତାବନୀ ଦେବା ସହ ରାଜ୍ୟ କେନ୍ଦ୍ର ସରକାର ଏଦିଗରେ ବିଚାର କରି ରାଜ୍ୟ ଦାବି କୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ କୋଶଲ ସଂଗ୍ରାମୀ ଅରବିନ୍ଦ ପଣ୍ଡା, ଗଜପତି ସାହୁ,ଶିବୁ ପ୍ରସାଦ ପାଢ଼ୀ,ଲକି ସାହୁ, ସୁଜିତ ପାତ୍ର,ଶଙ୍କର ନନ୍ଦ, ମହେଶ ଦାଶ,ତିଳକ ସାହୁ ପ୍ରମୁଖ ସାମିଲ ଥିଲେ ।

error: Content is protected !!