Sunday, November 24, 2024
spot_imgspot_imgspot_img
Homeରାଜ୍ୟକୃଷକ ପଲ୍ଲୀରେ ରକ୍ତ ଦାନ ଶିବିର: ୫୫ ୟୁନିଟ ରକ୍ତ ସଂଗୃହୀତ ।

କୃଷକ ପଲ୍ଲୀରେ ରକ୍ତ ଦାନ ଶିବିର: ୫୫ ୟୁନିଟ ରକ୍ତ ସଂଗୃହୀତ ।

ବରଗଡ଼-ବରଗଡ଼ ଜିଲ୍ଲା ବାରପାଲି ବ୍ଲକ ଅନ୍ତର୍ଗତ ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷକ ପଲ୍ଲୀ ଗ୍ରାମର ଅମର ଜ୍ୟୋତି କ୍ଲବ ଠାରେ ବୋଲ ବମ ସେବା ସଙ୍ଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅତିଥି ଭାବରେ ରେମତା ସରପଞ୍ଚ ବିନୟ ଗଡତିଆ ପୁର୍ବତନ ସାଂସଦ ପ୍ରଭାସ କୁମାର ସିଂ, ଆଗଲପୁର ସମବାୟ ସମିତିର ସଭାପତି ବିରୋସନ ସାହୁ, ବରପାଲି ସମବାୟ ସମିତିର ସଭାପତି ଗୁରୁ ମେହେର, ରସାନନ୍ଦ ଥପା,ତରଣି ଦେବତା,ପ୍ରମୁଖ ଯୋଗ ଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।

ଉତ୍କଟ ରକ୍ତାଭାବ କୁ କିଛି କାଂଶରେ ଦୂର କରିବା ପାଇଁ କୃଷକ ପଲ୍ଲୀ ଗ୍ରାମ ର ବୋଲ ବମ ସେବା ସଙ୍ଘର ଏପରି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା।ଏହି ଶିବିରରୁ ଏକ ଦମ୍ପତ୍ତି ଜଣ ମହିଳା ଓ ଜଣ ପୁରୁଷ ରକ୍ତ ଦାତା ମାନଙ୍କୁ ମିଶାଇ ସର୍ବମୋଟ ୫୫ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।

ବୋଲ ବମ ସେବା ସଙ୍ଘ ର ସଭାପତି ସୁଧୀର ମହାରଣା,ସୁତପା ଗଡତିଆ, ଅନ୍ୟ ସଦସ୍ୟ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ। ପରିଷେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ବୋଲ ବମ ସେବା ସଙ୍ଘ ଙ୍କୁ ଏକ ସ୍ମୃତି ଫଳକ,ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ଶୁଭେଛୁ,ସହଯୋଗୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

error: Content is protected !!