Saturday, March 7, 2026
Homeରାଜ୍ୟକୃଷକ ଉତ୍ପାଦକ ସଂସ୍ଥାର ବାର୍ଷିକ ତୃତୀୟ ଉତ୍ସବ ।

କୃଷକ ଉତ୍ପାଦକ ସଂସ୍ଥାର ବାର୍ଷିକ ତୃତୀୟ ଉତ୍ସବ ।

କଣ୍ଟାବାଞ୍ଜି-ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ଉତ୍ସବ ବ୍ଲକର ସୀମାନିବାହାଲ ଗାଁରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନିରୂପମା ମାଝୀ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ସରପଞ୍ଚ ଛାୟାବତୀ ମେହେର, କମ୍ପାନୀ ପରିଚାଳନା ନିର୍ଦେଶକ ସ୍ନିଗ୍ଧା ମେହେର, ନିର୍ଦେଶକ ମଞ୍ଜୁଲତା ସାହୁ, ଚନ୍ଦ୍ରକାନ୍ତି ପୁଟେଲ ମଂଚସିନ ଥିଲେ । ବ୍ଲକ ଅନେକ ଚାଷୀ ଏହି କମ୍ପାନୀରୁ କପା ନେଇ ଉପକୃତ ହେଉଥିବା ବୈଠକ ରେ ଆଲୋଚନା ହୋଇଥିଲା । ଏଥିରେ ୭୫୦ ଜଣ କୃଷକ ଭାଇ ସାମିଲ ଥିବା ଜଣାପଡିଛି । ଏଥିରେ ଉତ୍ପାଦକ କମ୍ପାନୀର କର୍ମଚାରୀ, ଅଗ୍ରଣୀ ଚାଷୀ, କୃଷି ସଖୀ ଓ ମହିଳା ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

error: Content is protected !!