ପଦ୍ମପୁର – ପଦ୍ମପୁର ସହରର ତଥା ଆଖପାଖରେ ରହିଥିବା କୁଷ୍ଠ କଳୋନୀ ଠାରେ ଦ ଲେପ୍ରୋସି ମିସନ ଆନୁକୁଲ୍ୟରେ ଭରୋସା ଲେପ୍ରୋସି ତରଫରୁ କୁଷ୍ଠ ରୋଗୀ ମାନଙ୍କୁ ଶୁଖିଲା ପୁଷ୍ଠିକର ଖାଦ୍ୟ ଯୋଗାଇ ଦିଆଯାଇଛି । ସକାଳର ଚା ଜଳଖିଆ ଠାରୁ ଆରମ୍ଭ କରି ଦିପହର ଓ ରାତିର ଖାଇବା ପାଇଁ ଚାଉଲ,ଚିନି,ଡାଲି,ତେଲ,ଲୁଣ,ଚୁଡା,ମୁଢି,ମସଲା,ଅଣ୍ଡା ଏହି ଅନୁଷ୍ଠାନ ତରଫରୁ ଯୋଗଇଦିଆଯାଇଛି ।

ଏଭଲି ଶୁଖିଲା ଖାଦ୍ୟ ପାଇବା ପରେ କଲୋନୀବାସୀ ବେଶ ଖୁସି ବ୍ୟକ୍ତ କରିଥିଲେ । ଏହି ଖାଦ୍ୟ ପ୍ରଦାନ କରିବା ସମୟରେ ଫିଲ୍ଡସୁପର ଭାଇଜର ଉପେନ୍ଦ୍ର ଗଡତିଆ, ବ୍ଲକ ନୋଡାଲ ଲେପ୍ରୋସି କର୍ମୀ ସଂଜୟ ବଢେଇ, ଜିଲ୍ଲା ଫିଜିଓଥେରାଫିଷ୍ଟ ପ୍ରିୟକାନ୍ତ ସାମଲ, ଭରୋସା ଲେପ୍ରୋସିର ସାମାଜିକ ଅର୍ଥନୈତିକ ଅଧିକାରୀ ଦଲ୍ଲିପ ପାତ୍ର, ଓ ଜିଲ୍ଲା ସଂଯୋଜିକା କବିତା ସାମଲ ଉପସ୍ଥିତ ଥିଲେ ।



