Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକୁଲିଆରୀ ଗ୍ରାମରେ ମା ବିନ୍ଧ୍ୟବାସିନୀ ପୂଜା ଉଦଯାପିତ ।

କୁଲିଆରୀ ଗ୍ରାମରେ ମା ବିନ୍ଧ୍ୟବାସିନୀ ପୂଜା ଉଦଯାପିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ମା ବିନ୍ଧ୍ୟବାସିନୀ ପୂଜା ରବିବାର ଦିନ ଆରମ୍ଭ ହୋଇ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ରବିବାର ଦିନ ଅପରାହ୍ନ ୪ ଟା ସମୟରେ ଗ୍ରାମର ପୁରୁଣା ପୋଖରୀରୁ ଶତାଧିକ ମହିଳା ମାନେ କଳସ ନେଇ ମନ୍ଦିରରେ ସ୍ଥାପନ କରିଥିଲେ । ଦୀର୍ଘବର୍ଷ ଧରି ଏହି ଗ୍ରାମରେ ମାଙ୍କ ପୂଜାର୍ଚ୍ଚନା ଚାଲି ଆସୁଛି । ହଜାର ହଜାର ଲୋକଙ୍କ ବିଶ୍ୱାସ ରହିଛି ମାଙ୍କ ନିକଟରେ ଯାହା ମାନସିକ କଲେ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ପ୍ରାୟ ୨୦ ବର୍ଷ ହେବ ପ୍ରତି ବର୍ଷ ଚୈତ୍ର ମାସରେ ୩ ଦିନ ଧରି ମହା ଆଡମ୍ବର ସହିତ ପାଳନ ହୋଇ ଆସୁଛି । ଏବର୍ଷ ମଧ୍ୟ ଧୁମ ଧାମରେ ପାଳନ ହୋଇଯାଇଛି ।

ପ୍ରଥମ ଦିବସରେ କଳସ ଯାତ୍ରା ପରେ ସନ୍ଧ୍ୟା ସମୟରେ କୁନି କୁନି ପିଲାଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୀର୍ତ୍ତନ ଧାରା,ଦଣ୍ଡ ନୃତ୍ୟ, ଅପେରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜେପୁର ବିଧାୟକ ସନତ ଗଡତିଆ ଯୋଗ ଦେଇ ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦିବାକର ସାହୁ ପରିଚାଳନା କରିଥିଲେ ।

କମିଟିର ସଭାପତି ରସିକ ମଲ୍ଲିକ,ଉପସଭାପତି ମିନକେତନ ଭଏଁଷା,ସମ୍ପାଦକ କ୍ଷେତ୍ର ମଲ୍ଲିକ,ସହ ସମ୍ପାଦକ ଦିଲ୍ଲୀପ ବରିହା,କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ବାରିକ ଏବଂ ସଦସ୍ୟ ନିର୍ମଲ ବରିହା,ଅଭିମନ୍ୟୁ ବରିହା,ବିଭୀଷଣ ବରିହା,ସୌରଙ୍ଗ ଧାରାଇ,ରୁଦ୍ର ମଣି ସାହୁ,ଜଦୁ ମଣି ବରିହା,କବି ବରିହା,ଗଣେଶ ବାରିକ,ରଞ୍ଜିତ ମଲ୍ଲିକ,ବାବା ମଲ୍ଲିକ, ସାଧୁରାମ ବରିହା ଏବଂ ଯୁବ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

error: Content is protected !!