Saturday, March 7, 2026
Homeଅଘଟଣକୁର୍ଲି ଧୂବାଘାଟ ଛକ ଠାରେ ଅଘଟଣ :ବାଇକ ଚାଳକ ଙ୍କ ଉପରେ ଗଛ ପଡି ମୃତ।

କୁର୍ଲି ଧୂବାଘାଟ ଛକ ଠାରେ ଅଘଟଣ :ବାଇକ ଚାଳକ ଙ୍କ ଉପରେ ଗଛ ପଡି ମୃତ।

କଣ୍ଟାବାଞ୍ଜି-କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲି ଗାଁ ଧୂବାଘାଟ ଛକ ଠାରେ ଏକ ବାଇକ ଚାଳକଙ୍କ ଉପରେ ଶୁଖା ଗଛ ପଡି ମୃତ ହୋଇଛନ୍ତି। ସୂଚନା ଅନୁସାର ରେ ବେଳପଡା ଥାନା ଅନ୍ତର୍ଗତ ସିହିନୀ ଗାଁ ଗୋପାଳ ରଣା ପେସା ରେ ଜଣେ ଟେଲର ମାଷ୍ଟର ସେ କିଛି କପଡା ନେଇ କଣ୍ଟାବାଞ୍ଜି ସହର କୁ ଆସୁଥିବା ବେଳେ ଧୂବାଘାଟ ଛକ ଠାରେ ଥିବା ସୁଖା ବରଗଛ ଟି ତାଙ୍କ ଉପରେ ପଡିଯାଇଥିଲା। ତାଙ୍କ ଉପରେ ଗଛ ପଡିବା ଦ୍ବାରା ଶରୀର ବିଭିନ୍ନ ଅଙ୍ଗ ରେ ଅନେକ ମାଡ ବାଜିଛି ଏବଂ ତାଙ୍କ ବାଇକ ର ମଧ୍ଯ ଅନେକ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି।

ଘଟଣାସ୍ଥଳ ରୁ ଗୁରୁତର ବ୍ୟକ୍ତି ଗୋପାଳ କୁ ଚଟୁଅନକା ସରପଞ୍ଚ ଜ୍ଞାନରଞ୍ଜନ ତାଣ୍ଡି ଉଦ୍ଧାର କରି ଏକ ଅଟୋ ଜରିଆ ରେ କଣ୍ଟାବାଞ୍ଜି ଡାକ୍ତରଖାନ କୁ ପହଞ୍ଚାଇ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସିଆ ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ସ୍ତାନତର କରିଦେଇଥିଲେ। ହେଲେ ସେଠାରେ ଚିକିତ୍ସିଆ ଧିନ ଅବସ୍ଥା ରେ ତାଙ୍କ ମୃତ୍ଯୁ ହୋଇଛି। ପରେ କୁର୍ଲି ଗାଁ ଯୁବକ ଅରୁଣ ତାଣ୍ଡି କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗ ଖବର ଦେବା ପରେ ସେମାନେ ଘଟଣାସ୍ଥଳ ପହଞ୍ଚିଥଲେ ଏବଂ ରାସ୍ତା କଡ ଥିବା ସେହି ସୁଖା ଗଛ କାଟି ଥିଲେ। ଅନେକ ସମୟ ଧରି ରାସ୍ତା ଯାନବାହାନ ଚଳାଚଳ ବନ୍ଦ ରହିଥିବା ପରେ ଗଛ କାଟି ପରେ ଯାନବାହାନ ଚଳାଚଳ ହୋଇଥିଲା।

error: Content is protected !!