ବରପାଲି-ବରପାଲି ବ୍ଲକ ଲୋକକଳା ଗ୍ରାମ କୁମ୍ଭାରୀରେ ଆୟୋଜିତ ଗଜଲକ୍ଷ୍ମୀ ପୂଜା ମହୋତ୍ସବରେ ଏକ ହାସ୍ୟକବି ସମ୍ମିଳନୀ ଆୟୋଜିତ ହୋଇଥିଲା। ବରିଷ୍ଠ ଶବ୍ଦନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପଧାନଙ୍କ ସଭାପତିତ୍ୱରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ରବି ନାରାୟଣ ଭୋଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ଯକ୍ରମରେ କବି ହରିଲାଲ ସାହୁ, ରାମପ୍ରସାଦ ବଗ, ଗୁଣସାଗର ସାହୁ ଓ ଶିଶିର ପୁରୋହିତ ପ୍ରମୁଖ ବିଶିଷ୍ଟ କବି ଯୋଗ ଦେଇଥିଲେ।
କବିମଣ୍ତଳି ବ୍ୟଙ୍ଗ,ହାସ୍ୟ ରସାତ୍ମକ ଓ ସମାଲୋଚନା ମୂଳକ କବିତା ମାନ ପାଠ କରିଥିଲେ। ସମ୍ମିଳନୀରେ ଉପସ୍ଥିତ ସମ୍ବଲପୁରୀ-କୋଶଲି ସାହିତ୍ଯ ପ୍ରେମି ମନ୍ତ୍ରମୁଗ୍ଧ ହୋଇଥିବା ଦେଖାଯାଇଥିଲା। ଗଜଲକ୍ଷ୍ମୀ ପୂଜାକର୍ତ୍ତା ଦାଇତ୍ୱ ବହନ କରୁଥିବା ରଣଜିତ ସା ଓ ଧର୍ମପତ୍ନୀ ସ୍ନିଗ୍ଧାମୟୀ ସା ପୂଜାର୍ଚ୍ଚନା କାର୍ଯ୍ଯରେ ସହଯୋଗ କରିଥିବା ବେଳେ ପୁଜାମନ୍ତ୍ର ପାଠ କରିଥିଲେ ଲକ୍ଷ୍ମୀ ଦାଶ ଓ ମୁନା ଦାଶ l
ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି ପୂଜା କମିଟିର ବିଶ୍ୱଜିତ ପଟେଲ,ଆନନ୍ଦ ବେରିହା, ବିକାଶ ସାହୁ,ମାନସ ଭୋଇ,ସୌମ୍ୟ ନାୟକ,ରାଜୁ ସାହୁ,ସୁନୀଲ ଭୋଇ,ତୀର୍ଥବାସୀ ସେଟ, ଚିନ୍ମୟ ପଧାନ,ଜୟନ୍ତ ନାୟକ ଓ ଉପଦେଷ୍ଟା ଡମ୍ବରୁଧର ନାୟକ ପ୍ରମୁଖ l ଗାଁ ଓ ଆଖପାଖ ଅଞ୍ଚଳବାସି ପ୍ରତିଦିନ ମାଙ୍କୁ ଦର୍ଶନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି।