ପଦ୍ମପୁର-ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁରେ ଜଣେ ଚାଷୀ କୁନ୍ଦୁର ତୋଲି ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଲିଥିବା ସୂଚନା ଅନୁସାରେ କୁଦୋପାଲି ଗାଁର ୩୫ ବର୍ଷ ବୟସ୍କ ପିନ୍ସୁ ବାରିକ ଗୁରୁବାର ସକାଳ ପ୍ରାୟ ୮ଟା ସମୟରେ କୁନ୍ଦୁରୁ ତୋଳିବା ପାଇଁ ନିଜ ବିଳକୁ ଯାଇଥିଲେ, ହେଲେ ସେ ଘରୁକୁ ଫେରି ନ ଥିଲେ, ପରିବାର ଲୋକ ପ୍ରାୟ ୧୨ ଟା ସମୟରେ ବିଳକୁ ଖୋଜିବାକୁ ଯାଇଥିଲେ, ସେଠାରେ ଦେଖିବାକୁ ପାଇଲେ ଇଲେକ୍ଟ୍ରି ତାର ଲାଗି ପିନ୍ସୁ ଅଚେତ ଅବସ୍ଥାରେ ପଡି ରହିଥିଲେ । ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସରେ ପଦ୍ମପୁର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପିନ୍ସୁ ବାରିକଙ୍କୁ ମୃତ ଘୋଷଣା କରିଥିଲେ। ପିନ୍ସୁ ବାରିକଙ୍କ ବିଳର ଅତି ନିକଟରୁ ବିଦ୍ୟୁତ ତାର ଯାଇଛି ତେଣୁ ସେ ବିଳରେ କାମ କରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିବା ଲୋକେ କହୁଛନ୍ତି ।



