Monday, November 25, 2024
spot_imgspot_imgspot_img
Homeରାଜ୍ୟକୁଢ଼ କୁଢ଼ ଆବର୍ଜନା ର ଦୁର୍ଗନ୍ଧରେ ଫାଟି ପଡୁଛି ରେଙ୍ଗଲିକେମ୍ପ ଛକ ।

କୁଢ଼ କୁଢ଼ ଆବର୍ଜନା ର ଦୁର୍ଗନ୍ଧରେ ଫାଟି ପଡୁଛି ରେଙ୍ଗଲିକେମ୍ପ ଛକ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଏନ୍ ଏ ସି ୱାର୍ଡ ନଂ୧୧ ର ୫୩ ନଂ ଜାତୀୟ ରାଜପଥ ର ରେଙ୍ଗାଲିକ୍ୟାମ୍ପ ଛକ ।ବହୁକାଳରୁ ଅତାବିରା ବ୍ଲକ ତଥା ଆଖପାଖ ବ୍ଲକର ବହୁତ ଚାଷୀ ଆସି ଏଠି ପରିବା ବିକନ୍ତି । ଏହିଁ ଦୈନିକ ବେପାରୀ ବଜାର ଟି ପ୍ରତି ଦିନ ସକାଳୁ ଆରମ୍ଭ ହୋଇଯାଏ । ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହୃତ ଜିନିଷ, ପରିବା, ଖାଦ୍ୟ ସାମଗ୍ରୀ ସବୁ କିଛି ଦୋକାନ ବଜାର , ବସ୍ ଷ୍ଟାଣ୍ଡ ରହିଥିବା ଯୋଗୁ ଏହି ଛକରେ ସବୁ ବେଳେ ପ୍ରାୟ ଭିଡ଼ ଲାଗିରହେ । ଦୁଃଖର କଥା ସବୁଠି ବିକାଶ ,ସ୍ବଚ୍ଛତା କଥା କୁହାଯାଉଥିବା ବେଳେ ଏଠି ସ୍ୱଚ୍ଛତା ରଖାଯାଉନି । ଏହି ଛକ ଭେଡେନ ବ୍ଲକ ତଥା ବରଗଡ଼ ,ସମ୍ବଲପୁର ଓ ଗୋଟିଏ ପଟେ ପାହାର ଶ୍ରିଗିଡ଼ା ର ସଂଯୋଗ ସ୍ଥଳୀ ହୋଇଥିବା ବେଳେ ବାହାର ଲୋକ ମଧ୍ୟ ପ୍ରତେକ ଦିନ ପନିପରିବା କିଣା ବିକା କରିବା ପାଇଁ ଭିଡ ଜମିଥାଏ ।ଏହି ଠାରୁ ବୁର୍ଲା , ଭୁବନେଶ୍ୱର,ହୀରାକୁଦ ,ଛତିଶଗଡ ଆଦି ଦୂର ଦୁରାନ୍ତ କୁ ପରିବା ଯାଇଥାଏ ବିକ୍ରି ପାଇଁ. ।

କିନ୍ତୁ ଏହାର ପରିମଳ ଅବସ୍ଥା ଶୋଚନୀୟ । ସଫେଇ ହେଉନାହିଁ, ଯୁଆଡେ ଦେଖିବ କୁଢ଼ କୁଢ଼ ଅଳିଆ । ପଚା ଦୁର୍ଗନ୍ଧମୟ ପରିବେଶ । ଆବର୍ଜନା ସହ ବର୍ଷା ପାଣି ଜମି ମାଛି ଭଣ ଭଣ ।ଲୋକ ନାକ ଟେକୁଛନ୍ତି । ସରକାର ପରିଷ୍କାର, ସ୍ୱଚ୍ଛତା ପାଇଁ, ପରିବେଶ ସୁରକ୍ଷା ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି,ସଚେତନତା କରୁଛନ୍ତି, କିନ୍ତୁ ଏନ୍ ଏ ସି ଭିତରେ ଥାଇ ମଧ୍ୟ ଅବସ୍ଥା ଶୋଚନୀୟ । ଏନ୍ ଏ ସି ପକ୍ଷରୁ ଯେଉଁ ଡଷ୍ଟ ବିନ ରହିଛି ତାହା ଆବର୍ଜନା ସମ୍ଭାଳି ପାରୁ ନାହିଁ । ଏମିତି ଦୁର୍ଗନ୍ଧ ମୟ ପରିବେଶ ଫଳରେ ମଶା ଙ୍କ ପ୍ରାଦୁର୍ଭାବ ବଢ଼ି ମ୍ୟାଲେରିଆ ରୋଗ, ହେବାର ସମ୍ଭାବନା କୁ ବଢାଇ ଚାଲିଛି । ପରିବା ଚାଷୀ ଙ୍କ କୌଣସି ଶୌଚ ସୁବିଧା ନ ଥିବାରୁ ବାହାରେ ପରିସ୍ରା କରୁଛନ୍ତି ।ଯାହା ଏହି ଦୁର୍ଗନ୍ଧ ପରିବେଶ କୁ ଆହୁରି ଦୂଷିତ କରୁଛି । ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ଚାଷୀ ମହଲରେ ତଥା ଜନ ସାଧାରଣ ରେ ଦାବି ରହୁଛି ।

error: Content is protected !!