Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକୁଚିଣ୍ଡାରେ ପ୍ରତିଭା ବିକାଶ ଅଭିଯାନର ୨୨ତମ ବାର୍ଷିକ ଉତ୍ସବ ।

କୁଚିଣ୍ଡାରେ ପ୍ରତିଭା ବିକାଶ ଅଭିଯାନର ୨୨ତମ ବାର୍ଷିକ ଉତ୍ସବ ।

କୁଚିଣ୍ଡା(ତପନ ଦାଶ)-ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡୀୟ ମହୁକୁମା ଠାରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିବସରେ ୨୨ତମ ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କୁଚିଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ହୋଇଥିଲା ।

ଏହି ଅବସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ୨୨ତମ ବର୍ଷ ର ପ୍ରତିଭା ଚୟନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୁଚିଣ୍ଡା କୁଚିଣ୍ଡା ଏସ.ଡି.ଏମ.ଓ ଡା. ସୁବୋଧ ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନ ଆଦର୍ଶ ଓ ନିଷ୍ଠାପର କାର୍ଯ୍ୟ କୁ ଅନୁସରଣ କରି ଜୀବନରେ ସଫଳ ହେବାକୁ ଆହ୍ୱାନ କରିଥିଲେ ।

ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାନ୍ତନୁ ସାହୁ ମୂଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସଭାରେ କୁଚିଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ କୁସୁମ, ଅନ୍ୟତମ ଏବିଇଓ ପ୍ରମୋଦ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ସଭା ପରିଚାଳନା କରିଥିଲେ । ଅଭିଯାନର ସଂଯୋଜକ ରମେଶ କିସାନ ଅଭିଯାନର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଅଧ୍ୟାପକ ଦେବେନ୍ଦ୍ର ନାଏକ ସଦସ୍ୟଙ୍କ ସହଯୋଗରେ ଚାଲିଥିବା ଅଭିଯାନର ସଫଳତା ଓ ଉଦ୍ଦେଶ୍ୟ ସଂକ୍ରାନ୍ତରେ ବକ୍ତବ୍ୟ ଦେଇଥିଲେ ।

ଆବାହକ ପ୍ରଭାତ ବେହେରା ଅଭିଯାନ ଆଗାମୀ ରୋପ୍ୟ ଜୟନ୍ତୀ କୁ ଦୃଷ୍ଟିରେ ରଖି ପ୍ରତିଭା ଚୟନ ସମେତ ଅଞ୍ଚଳର ବିକାଶ ସକାଶେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ,କବିତା, ଚିତ୍ରାଙ୍କନ,ଲିଖନ ସାଧାରଣ ଜ୍ଞାନ ପରୀକ୍ଷା, ଫୁଲତୋଡା ତିଆରି ପ୍ରଦର୍ଶନ , ବତ୍କୃତା, ରଂଗୋଲି ଆଦି ପ୍ରତିଯୋଗିତାର ୬୧ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ମେଡାଲ,ପ୍ରମାଣପତ୍ର ଓ ଅର୍ଥ ଦେଇ ପୁରସ୍କୃତ କରିଥିଲେ । ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ନାଏକ ସଭାପତିତ୍ୱ କରିଥିଲେ ଓ ଶିକ୍ଷାବିତ ପ୍ରଫୁଲ୍ଲ ସାହୁ ସ୍ୱାଗତ ବକ୍ତବ୍ୟ ଦେଇଥିଲେ ।

ଉତ୍ସବରେ ସ୍ୱର୍ଗତ ଶୁଭମ ଗଡତିଆ ସ୍ମୃତି ପୁରସ୍କାର ,ଭାଗଚାନ୍ଦ୍ର ଅଗ୍ରୱାଲା ସ୍ମୃତି , ଶୁବୋଧ ଶର୍ମା ସ୍ମୃତି , ଭବାନୀ ଦାସ ସ୍ମୃତି ,ଅଶୋକ ନାଏକ ସ୍ମୃତି ପୁରସ୍କାର ସମେତ ବହୁ ଅଭିଯାନ ସଦସ୍ୟଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷକ ପ୍ରମୋଦ ଚୌଧୂରୀ ସଂଯୋଜନା କରିଥିଲେ ।

ଅଧ୍ୟାପକ ସତ୍ୟ ନାରାୟଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଟ ସଦସ୍ୟ ସୁଗତ ପଟେଲ, ବରିଷ୍ଟ ଶିକ୍ଷକ ସୁଧିର ପଟେଲ, କଲ୍ୟାଣୀ ପଟେଲ, ରଂଜିତା ପଟେଲ, କୁଚିଣ୍ଡା ଡାକ୍ତରଖାନା ପରିଚାଳକ ଦୀପକ ନନ୍ଦ, ଅଭିଯାନର କାର୍ଯ୍ୟକର୍ତ୍ତା ତନୟା ହଂସ ସମେତ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।

error: Content is protected !!