Saturday, March 7, 2026
Homeରାଜ୍ୟକୁଚିଣ୍ଡାରୁ ଗଡିବନି ଘରୋଇ ବସ, ଘରୋଇ ବସ ମାଲିକ ସଂଘର ଚେତାବନୀ ।

କୁଚିଣ୍ଡାରୁ ଗଡିବନି ଘରୋଇ ବସ, ଘରୋଇ ବସ ମାଲିକ ସଂଘର ଚେତାବନୀ ।

କୁଚିଣ୍ଡା(ତପନ ଦାଶ)-ଘରୋଇ ବସ ଚଳାଚଳକୁ ନେଇ କୁଚିଣ୍ଡା – ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଏଏସଆଇଙ୍କ ହସ୍ତକ୍ଷେପକୁ ବିରୋଧ କରି ଗୁରୁବାର ଠାରୁ କୁଚିଣ୍ଡା ଘରୋଇ ବସ ଚଳାଚଳକୁ ବନ୍ଦ କରିବା ପାଇଁ, ଉପଜିଲ୍ଲାପାଳ, ଏସଡିପିଓ, ଥାନା ଅଧିକାରୀଙ୍କୁ ଦାବି ଜଣାଇଥିବା ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଉଦୟ ପ୍ରତାପ ସିଂ ଏହି ସୂଚନା ଦେଇଛନ୍ତି ।

କୁଚିଣ୍ଡା ଠାରୁ ଘରୋଇ ବସ ଚଳାଚଳ ବନ୍ଦ ହେଲେ, କୁଚିଣ୍ଡା- ଝାରସୁଗୁଡା, କୁଚିଣ୍ଡା-ସମ୍ବଲପୁର, କୁଚିଣ୍ଡା- ଦେବଗଡ଼ ଓ କୁଚିଣ୍ଡା- ସୁନ୍ଦରଗଡ ଏବଂ କୁଚିଣ୍ଡା- ରାଉରକେଲା ଯାତାୟାତ ପ୍ରଭାବିତ ହେବ।କୁଚିଣ୍ଡା ସଙ୍ଘ ଅଟକ ରଖିଥିବା ବସ ଗୁଡିକୁ ହସ୍ତକ୍ଷେପ କରି ଝାରସୁଗୁଡା ପଠାଇ ଦେଇଥିବାରୁ ପୋଲିସର କାର୍ଯ୍ୟକୁ ବିରୋଧ କରି ଅନିର୍ଦ୍ଧିଷ୍ଟ ସମୟ ପାଇଁ ସଙ୍ଘ ପକ୍ଷରୁ ବସ ବନ୍ଦ ଡାକରା ଦିଆଯାଇଛି ।

error: Content is protected !!