Sunday, March 8, 2026
Homeରାଜ୍ୟକୁଚିଣ୍ଡା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

କୁଚିଣ୍ଡା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

କୁଚିଣ୍ଡା(ତପନ ଦାଶ)-ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ ଯୁକ୍ତ ତିନି ଛାତ୍ରୀମାନଙ୍କର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର କୁଚିଣ୍ଡା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥିଲା।

ପ୍ରାରମ୍ଭରେ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର , ପ୍ରାଧ୍ୟାପକ ଶ୍ରୀମତୀ ସୁଭଦ୍ରା ଦାସ, ପ୍ରଶିକ୍ଷକ ଜଗନ୍ନାଥ ସାହୁ, ସୁଜାତା ଭୋଇ , ବିଜୟ କୁମାର କଉଡି,ପ୍ରଶାନ୍ତ କୁମାର ଶର୍ମା, ବିଭିନ୍ନ ପ୍ରକାରର ଆତ୍ମ ସୁରକ୍ଷା କୌଶଳର ଉପାଦେୟତା ତଥା ଉପକାର ବିଷୟରେ ଆଲୋକପାତ କରି, ଏହି କୌଶଳକୁ ନିୟମିତ ଭାବରେ ଦୈନନ୍ଦିନ ଜୀବନରେ ଅଭ୍ୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ୧୨୦ ଜଣ ଯୁକ୍ତ ତିନି ଛାତ୍ରୀଙ୍କୁ ପ୍ରଶିକ୍ଷଣ ର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଶ୍ରୀ ଦାସ ସଭାକୁ ପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଅଧ୍ୟାପକଅଧ୍ୟାପିକା ଯୋଗ ଦେଇଥିଲେ ।

error: Content is protected !!