Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକୁଚିଣ୍ଡା ଦଶହରା ପାଇଁ କାର୍ଯ୍ୟାଳୟ ଉଦଘାଟିତ।

କୁଚିଣ୍ଡା ଦଶହରା ପାଇଁ କାର୍ଯ୍ୟାଳୟ ଉଦଘାଟିତ।

କୁଚିଣ୍ଡା(ତପନ ଦାଶ)-କୁଚିଣ୍ଡା ଉପଖଣ୍ଡର ସର୍ବବୃହତ କୁଚିଣ୍ଡା ଦୁର୍ଗାପୂଜା କମିଟି ୯୭ତମ‌ କୁଚିଣ୍ଡା ଦଶହରା ଦୁର୍ଗାପୂଜା ପାଇଁ କାର୍ଯ୍ୟାଳୟ ଜଗନ୍ନାଥ ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି। କୁଚିଣ୍ଡା ଏନଏସି ଅଧ୍ୟକ୍ଷ ତଥା ଦୁର୍ଗାପୂଜା କମିଟିର‌ ସଭାପତି ପ୍ରଦ୍ୟୁତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ଏହି ଅବସରରେ ପୂଜା କମିଟି ଉପସଭାପତି ଗଣେଷ କୁମାର ଅଗ୍ରୱାଲ, ଧିରେନ୍ଦ୍ର ମହାନ୍ତି ,ସଂପାଦକ ଗଗନ ଶର୍ମା, କୋଷାଧ୍ୟକ୍ଷ ସଞ୍ଜିତ ଶର୍ମା,ସହ‌ କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ , ବରିଷ୍ଠ ସଦସ୍ୟ ବିଭୁ ପ୍ରସାଦ ମହାପାତ୍ର,ବନମାଲି ଶତପଥୀ, ଶୈଳେଶ ଶର୍ମା,ବିନୟ ଅଗ୍ରୱାଲ, ଅମରେଶ ବେହେରା,ଆଲୋକ ସାହୁ,ରାଜା ସିଂ,ଟିଙ୍କୁ ଶର୍ମା, ପୂର୍ଣ୍ଣ ଦାସ, ବାବୁନୀ ମହାନ୍ତି, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

error: Content is protected !!