Sunday, November 24, 2024
spot_imgspot_imgspot_img
Homeରାଜନୀତିକିଏ ହେବ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପିର ଉତ୍ତରାଧିକାରୀ ?

କିଏ ହେବ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପିର ଉତ୍ତରାଧିକାରୀ ?

ପଦ୍ମପୁର- ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଲୋକସଭା ପ୍ରାର୍ଥୀ ତାଳିକା ଘୋଷଣା କରିଛି । ବରଗଡ ଲୋକ ସଭା କ୍ଷେତ୍ରରେ ପଦ୍ମପୁର , ବିଜେପୁର , ବରଗଡ , ଭଟଲି , ଅତାବିରା , ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା କ୍ଷେତ୍ର ରହିଛି । ଚଳିତ ଥର ବିଜେପି ବରଗଡ ଲୋକସଭା ପ୍ରାର୍ଥୀ ଭାବରେ ବରିଷ୍ଠ ବିଜେପି ନେତା ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରର୍ଥୀ ଭାବରେ ଘୋଷଣା କରିଛି । ସାଧାରଣ ଭାବରେ ଦେଖିବାକୁ ଗଲେ ବରଗଡ ଲୋକସଭା କ୍ଷେତ୍ରରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ପାଂଚ ଗୋଟି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ହୋଇଥିବା ବେଲେ ସାଂସଦ ଭାବରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟ ହୋଇଥିଲେ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କୁ ବରଗଡ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରର୍ଥୀ କିଏ ହେବେ ତାକୁ ନେଇ ଉଠୁଛି ପ୍ରଶ୍ନ । ଦେଖିବାକୁ ଗଲେ ପ୍ରଦୀପ ପୁରୋହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ନିଜର ସଂଗଠନ ଭଲ ଭାବରେ ଗଢି ତୋଲିଥିଲେ ଯାହାକି ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ସହାୟକ ହେବ । ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥ ପାଇଁ ଦେଖିବାକୁ ଗଲେ ଲୋକଙ୍କ ମଧ୍ୟରେ ଚାରିଗୋଟି ଚେହେରା ସାମ୍ନାକୁ ଆସୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ନାମ ମଧ୍ୟରେ ରହିଛନ୍ତି ଆଇନଜିବୀ ତଥା ଯୁବନେତା ଚିନ୍ମୟ କୁମାର ପଣ୍ଡା , ଯୁବନେତା ପ୍ରିତେଶ କୁମାର ବହିଦାର, ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ ଓ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟାକ୍ଷା ମୁକ୍ତା ସାହୁ । ବରଗଡ ସାଂସଦଙ୍କ ପଦ୍ମପୁର ଏନଏସି ପ୍ରତିନିଧି ତଥା ଯୁବନେତା ଓ ପଦ୍ମପୁର ଏନଏସି କାଉନସିଲର ଆଇନଜିବୀ ଚିନ୍ମୟ କୁମାର ପଣ୍ଡା ଯୁବ ସଂଗଠନକୁ ନେଇ କାମ କରୁଛନ୍ତି । ସେ ବାଲ୍ୟ କାଳରୁ ରାଷ୍ଟ୍ରିୟ ସ୍ୱୟଂ ସେବକ (ଆରଏସଏସ) ସହ ଜଡିତ ହୋଇ ସମାଜସେବାରେ ଲାଗି ରହିଛନ୍ତି । ଯୁବ ସଂଗଠନକୁ ଆହୁରୀ ମଜବୁତ କରିବା ପାଇଁ ସେ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସଂଗଠନ ସୁଦୃଢ କରିବା ସହ ଅଂଚଳର ବିକାଶ ପାଇଁ ସଦାସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ପଦ୍ମପୁର ଏନଏସିର ବିଜେଡିର ଗଡ ଭାବେ ପରିଚିତ ୱାର୍ଡ ନମ୍ବର ୦୯ରେ ନିଜ ଲୋକପ୍ରିୟତା ଓ ଦକ୍ଷତା ଯୋଗୁଁ ବିଜେଡିର ଗଡକୁ ଧ୍ୱସ୍ତକରି କାଉନସିଲର ଭାବେ ନିର୍ବାଚିତ ହୋଇ ପଦ୍ମପୁର ଅଂଚଳର ବିକାଶ ପାଇଁ ସଦାସର୍ବଦା ଲାଗି ରହିଛନ୍ତି । ଚିନ୍ମୟ କୁମାର ପଣ୍ଡା ରାଜନିତି ବ୍ୟତିତ ଏକାଧାରରେ ଆଇନଜିବୀ ଅଟନ୍ତି ଏବଂ ପଦ୍ମପୁର ଓକିଲ ସଂଘର ସମ୍ପାଦକ ଭାବରେ ନିଜ ଦାୟିତ୍ୱ ତୁଲାଉଛନ୍ତି । ପଦ୍ମପୁର ଅଂଚଳର ଦୀର୍ଘ ଦିନର ଦାବୀ ରହିଥିବା ସ୍ୱତନ୍ତ୍ର ପଦ୍ମପୁର ଜିଲ୍ଲା ଗଠନ ଦାବୀ ହେଉଥିବା ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ଭାବରେ ନିଜ ଦାୟିତ୍ୱ ତୁଲାଇ ଆନ୍ଦୋଳନକୁ ଆଗେଇ ନେଇଛନ୍ତି । ଏକାଧାରରେ ରାଜନେତା, ଆଇନଜିବୀ ଓ ସମାଜସେବୀ ଚିନ୍ମୟ କୁମାର ପଣ୍ଡା ପଦ୍ମପୁର ଅଂଚଳର ଲୋକଙ୍କ ସହ ଜଡିତ ରହି ପ୍ରିୟ ହୋଇପାରିଛନ୍ତି । ଯୁବନେତା ପ୍ରତିଶ ବହିଦାର ଛାତ୍ର ଜୀବନରୁ ଛାତ୍ର ସଂସଦ ଭାବରେ ନିର୍ବାଚିତ ହୋଇ ନିଜ ରାଜନୈତିକ କ୍ୟରିୟର ଆରମ୍ବ କରିଥିବା ବେଳେ ଗୋବର୍ଦ୍ଧନ ଭୁଏ ଆଦିବାସୀ ନେତା ଭାବରେ ପରିଚିତ ଏବଂ ମୁକ୍ତା ସାହୁ ଜିଲ୍ଲା ପରିଷଦ ସଦସ୍ୟା ଭାବରେ ନିର୍ବାଚିତ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦେଖରବାକୁ ମିଲିଥିଲା । ତେବେ ଦଳ କାହାକୁ ନିଜ ଉତ୍ତରାଧିକାରୀ ଭାବେ ଘୋଷଣା କରୁଛି ତାହା ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି ।

error: Content is protected !!