Monday, November 25, 2024
spot_imgspot_imgspot_img
Homeରାଜ୍ୟକାହା ସ୍ବାର୍ଥରେ ସରକାରୀ ଯୋଜନା ?

କାହା ସ୍ବାର୍ଥରେ ସରକାରୀ ଯୋଜନା ?

ବରପାଲି-ବରପାଲି ବ୍ଲକ ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ବିକାଶ ମୂଳକ ଯୋଜନା ମାନ ଖୋଲାଖୋଲି ଉଲଘଂନ ହେଉଥିବା ବେଳେ ଜନ ସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଉଛି। ଲୋକଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ ସେବା କାର୍ଯ୍ଯକ୍ରମ। ଯାତ୍ରୀଙ୍କ ପାଇଁ ପ୍ରତି ପଞ୍ଚାୟତରେ ନିର୍ମାଣ ହୋଇଥିଲା ଲକ୍ଷ୍ମୀ ବସ ଯାତ୍ରୀଙ୍କ ପାଇଁ ପ୍ରତିକ୍ଷାଳୟ ହେଲେ ବର୍ତ୍ତମାନ ପ୍ରକୃତ ସେବା କାର୍ଯ୍ୟରେ ଆସୁନଥିବା ଅଭିଯୋଗ ହେଉଅଛି। ନିର୍ମାଣାଧୀନ ହୋଇଥିବା ବସ ଷ୍ଟପ ମାନ ଯାତ୍ରୀ ମାନଙ୍କ ବ୍ଯବହାରର ବହୁ ଦୁରରେ ରହୁଥିବା ଦେଖିବାକୁ ମିଳୁଛି। ପ୍ରତି ବସଷ୍ଟପ ନିର୍ମାଣ ସମୟରେ ୫ ଲକ୍ଷ ମୂଲ୍ଯରେ ଜିଲ୍ଲା ପରିଷଦ ଅନୁଦାନ ପାଣ୍ଠିରେ ନିର୍ମାଣ ହୋଇଥିଲା।

କିନ୍ତୁ ବସଷ୍ଟପ ଗୁଡିକ ଗ୍ରାମଠୁ ଢେର ଦୁରତ୍ବରେ ରହିଥିବା ବେଳେ ନିଛାଟିଆ ସ୍ଥାନ ମାନଙ୍କରେ ନିର୍ମାଣ ହୋଇଥିଲା। ପ୍ରତିକ୍ଷାଳୟ ମାନ ଅଶୁରକ୍ଷିତ ସ୍ଥିତିରେ ରହୁଥିବା ଯୋଗୁ ମହିଳା ମାନେ ପ୍ରତିକ୍ଷାରୁ ଦୁରେଇ ରହିବା ସହ ପାଖ ମାଡୁନାହାନ୍ତି। ବର୍ତ୍ତମାନ କେବଳ ଠିକାଦାର ପୋଷା ନୀତିରେ ପ୍ରତିକ୍ଷାଳୟ ନିର୍ମାଣ ହୋଇଥିବା ବେଳେ ପ୍ରକୃତ ଲକ୍ଷ୍ୟ ଠାରୁ ବିଚ୍ୟୁତ ହୋଇ ଯାଇଛି ବସଷ୍ଟପ ସେବା।

ବହୁ ବସଷ୍ଟପ ଗୁଡିକ ନିରୋଳା ଓ ଯାତ୍ରିଶୁନ୍ଯ ରହିଥିବାରୁ ନିଶାଖୋର, ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଳଟିଥିବା ବେଳେ ଜିବ ଯନ୍ତୁଙ୍କ ବାସସ୍ତଳୀରେ ପରିଣତ ହୋଇଗଲାଣି। ଅପରପକ୍ଷେ ବ୍କକ କାର୍ଯ୍ଯକର୍ତ୍ତା ମାନଙ୍କ ଅଣଦେଖା ଅଭାବରୁ ବସଷ୍ଟପ ଗୁଡିକ ଅବହେଳିତ ହୋଇ ମଇଳା ଆବର୍ଜନାରେ ପଡିରହିଛି। ଦୃଷ୍ଟାନ୍ତ ମୂଳକ ଭାବରେ ୨୬ନମ୍ବର ଜାତିୟ ରାଜପଥ କଡ ଟିଙ୍ଗିପାଲି ଗ୍ରାମର ପ୍ରଥମମୁଣ୍ତରେ ରହିଥିବା ଲକ୍ଷ୍ମୀ ବସ ପ୍ରତିକ୍ଷାଳୟ ଏକ ଉଦାହରଣ ରୂପେ ଛିଡାହୋଇଛି।

ନିର୍ମାଣ ସମୟରେ ପ୍ରତିକ୍ଷାଳୟ କାମ ନସରୁଣୁ ଅଧାପନ୍ତରିଆ ଭାବରେ ଆଜିବି ମୁକସାକ୍ଷ ହୋଇ ପଡିରହିଛି । ନାମ ବିହିନ ଭାବରେ ପ୍ରତିକ୍ଷାଳୟ ରହିଥିବା ବେଳେ ତଳଅଶଂରେ ମାର୍ବଲ ପ୍ଲେଟ କିମ୍ବା ଷ୍ଟିଲ ରେଲିଂର ଚିହ୍ନବର୍ଣ୍ଣ ରହିନାହିଁ। ସାଧାରଣ ନିର୍ବାଚନରେ ପୁର୍ବ ସରକାର ପରିବର୍ତ୍ତନ ହେଵା ଯୋଗୁ କାର୍ଯ୍ୟରତ ଠିକାଦାର ନିର୍ମାଣ କାମ ଛାଡ଼ି ଦେଇଥିବା ଶୁଣିବାକୁ ମିଳିଥିଲା। ଫଳରେ ସ୍ଥାନଟି ପରିତ୍ୟକ୍ତ ଅବସ୍ଥାରେ ପଡି ଅନାଵନା ଘାସରେ ଭରିଗଲାଣି। ତେବେ ସରକାରଙ୍କ ବିଭିନ୍ନ ପ୍ରକଳ୍ପକୁ ନେଇ ପ୍ରକୃତ ସ୍ଥାୟୀତ୍ୱ ଓ ସେବାକାର୍ଯ୍ଯକୁ ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି।

ସେହିପରି ବ୍ଳକରେ ନିର୍ମାଣ ହୋଇଥିବା ବସଷ୍ଟପ ଗୁଡିକ ଯେଉଁ ଉଦ୍ଦେଶ୍ୟ ନେଇ ନିର୍ମାଣ ହୋଇଥିଲା ତାହାର ଅସଲ ଉଦ୍ଦେଶ୍ୟ ସାଧିତ ହେଉନଥବା ଦେଖିବାକୁ ମିଳୁଛି । ବରଗଡ଼ ଜିଲ୍ଲାପାଳଙ୍କ ସମେତ ବରପାଲି ବ୍ଲକ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଇ ଲକ୍ଷ୍ମୀ ବସଷ୍ଟପ ଗୁଡିକର ପୁର୍ଣ୍ଣତା ତଥା ନିର୍ମାଣ କାର୍ଯ୍ୟକୁ ନେଇ ଉଚିତ ପଦକ୍ଷେପ ଗ୍ରହଣ ନେବା ସହ ହେରଫେର କାର୍ଯ୍ଯ ଉପରେ ପର୍ଦାଫାସ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

error: Content is protected !!