ଭେଡେନ-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମ ରେ ଉତ୍କଟ ରକ୍ତ ଅଭାବକୁ ଦୂର କରିବା ପାଇଁ କାର୍ତ୍ତିକ ପଞ୍ଚୁକ ଅବସରରେ ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସାହ୍ଲେପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିବର୍ଦ୍ଧନ ପଧାନ, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ପଧାନ, ଅଶୋକ କୁମାର ମହାନନ୍ଦ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରକୁ ଶୁଭାରମ୍ଭ କରିଥିଲେ।
ଦୁଇ ଜଣ ରକ୍ତ ଦାତା ଦମ୍ପତ୍ତି, ପାଞ୍ଚ ଜଣ ମହିଳା ରକ୍ତ ଦାତା ଓ ୪୨ ଜଣ ପୁରୁଷ ରକ୍ତ ଦାତା ମାନଙ୍କୁ ମିଶାଇ ସର୍ବମୋଟ ୫୧ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାହ୍ଲେପାଲି ଯୁବ ଗୋଷ୍ଠୀକୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଶିବିରକୁ ସାହ୍ଲେପାଲି ଯୁବ ଗୋଷ୍ଠୀର ପ୍ରଭାକର ପଧାନ, ବାଲଗୋପଲ ଭୋଇ, ଉମାକାନ୍ତ ନାୟକ, ସୁଦାମ ସାହୁ, ଭୋଜରାଜ ଭୋଇ ସୁନୀଲ କୁମାର ବାରିକ,ଗୋପାଳ ସାହୁ, ସୌଦାଗର ବାରିକ, ପିଣ୍ଟୁ ସାହୁ, ଉତ୍ତର ସାହୁ, ଶିରାଜ ପଧାନ, ସୌନ୍ଦର୍ୟ ପଧାନ,ଅନ୍ୟ ସଦସ୍ୟ ଓ ନିଷ୍ଠା ପରିବାରର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା,ସାହ୍ଲେପାଲି ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ଧନ୍ୟବାଦ ଅର୍ପଣ କରଯାଇଥିଲା।