Thursday, November 28, 2024
spot_imgspot_imgspot_img
Homeରାଜ୍ୟକାମରେ ଆସୁନି ସିସିଟିଭି କ୍ୟାମେରା:ବଢୁଛି ଅପରାଧ,ପ୍ରତିକାର ଦାବି ।

କାମରେ ଆସୁନି ସିସିଟିଭି କ୍ୟାମେରା:ବଢୁଛି ଅପରାଧ,ପ୍ରତିକାର ଦାବି ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ବୁଗୁଡା ସହରରେ ନାମକୁ ମାତ୍ର ଲାଗିଛି ମାଳମାଳ ସିସିଟିଭି କ୍ୟାମେରା।ସେଥିରୁ ଅଧାରୁ ଅଧିକ କ୍ୟାମେରା କାମରେ ଆସୁନି । ଫଳରେ ଅପରାଧିକ କାର୍ଯ୍ୟକଳାପରେ ବ୍ରେକ୍ ଲାଗି ପାରୁନି । ସଂପ୍ରତି ଦୁଗୁଡ଼ା ସହର ସିସିଟିଭି ଅଧିନରେ ରହିଥିବା ସାଙ୍ଗକୁ ଅସାମାଜିକ କାର୍ଯ୍ୟକଳାପକୁ ମୁକାବିଲା କରିବାର କ୍ଷମତା ରଖୁଥିଲେ ହେଁ କାର୍ଯ୍ୟକାରୀ ହେବାର ଅଳ୍ପ କେତେ ମାସ ମଧ୍ୟରେ ସେଥିରୁ ଅନେକ କାମରେ ଲାଗୁନଥିବାରୁ କୌଣସି ସୁଫଳ ମିଳୁନି।

ଏହି ସବୁ କ୍ୟାମେରା ମଧ୍ୟରୁ କେତେକ ୨୪ ଘଣ୍ଟା କାମ କରୁନଥିବା ବେଳେ ଯେଉଁ କେତେକ ଚାଲୁଛି ତାହା ମଧ୍ୟରୁ ପୁଣି କେତେକ ଲାଇଭ୍ ଚାଲୁଥିଲେ ମଧ୍ୟ ରେକର୍ଡିଂ ହେଉନାହିଁ । ସୂଚନା ଅନୁସାରେ , ଗତ ୨୦୨୩ ଜାନୁଆରୀ ୬ ତାରିଖରେ ସ୍ଥାନୀୟ ପୋଲିସ ଥାନା ପକ୍ଷରୁ ଆୟୋଜିତ ” ବୁଗୁଡ଼ା ସହରକୁ ସି.ସି.ଟିଭି ଦ୍ବାରା ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣ’ କାର୍ଯ୍ୟକ୍ରମ ଅବସରରେ ସହରାଞ୍ଚଳର ବଡଶଙ୍ଖ, ନୂଆଁ ବସଷ୍ଟାଣ୍ଡ,ହାଇସ୍କୁଲ ଛକ, ପୂରୁଣା ବସଷ୍ଟାଣ୍ଡ, ମଦନ ମୋହନ ଛକ,ବୁଦ୍ଧଖୋଲ ଗେଟ୍ ଛକ, ସିନେମା ହଲ୍ ଛକ, ବଡଦାଣ୍ଡ,ବାଗଦେବୀ ରୋଡ଼, ଖଦାଳସାହି ଛକ, ଥାନା ରୋଡ ସମେତ ବିଭିନ୍ନ ସ୍ଥାନରେ ପୋଲସରା ବିଧାୟକଙ୍କ ହାତପାଣ୍ଠି ବିନିଯୋଗରେ ୨୨ଟି ସି.ସି.ଟିଭି କ୍ୟାମେରା ଖଞ୍ଜା ଯାଇଥିଲା ।

ସେହିପରି ଗ୍ରାମାଞ୍ଚଳର କରସିଙ୍ଗି, ଗୋଲିଆ, ମୋଟାବାଡ଼ି,ମାଣିତରା, ଷୋଳମଇଲି ଆଦି ଗାଁ ଛକରେ ମଧ୍ୟ ସି.ସି.ଟିଭି କ୍ୟାମେରା ଲଗାଯାଇ ଅପରାଧିକ ଗତିବିଧୂ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ପାଇଥିଲା। ଏହି କ୍ୟାମେରା ଗୁଡିକର ଦାୟିତ୍ୱ ବୁଗୁଡା ପୋଲିସ ହାତରେ ରହିଥିବା ବେଳେ ବୁଗୁଡା ସହରରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପକୁ ରୋକା ଯାଇ ସହରରେ ଶାନ୍ତି ଶୃଙ୍ଖଳାକୁ ବଳବତ୍ତର ରଖିବା ଲକ୍ଷ୍ୟ ରହିଥିଲା । ଏହି କ୍ୟାମେରା ମାଧ୍ୟମରେ ବାହାରୁ ବୁଗୁଡା ସହରକୁ ପ୍ରବେଶ କରୁଥିବା ଏବଂ ସହରରୁ ବାହାରକୁ ଯାଉଥିବା ଯାନବାହାନ ଠାରୁ ଆରମ୍ଭ କରି ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇ ପାରୁଥିଲା ।

ତେବେ ଅଧିକାଂଶ ସ୍ଥାନରେ ଲାଗିଥିବା କ୍ୟାମେରା କାମ ଦେଉନାହିଁ । କେତେକ ସ୍ଥାନରେ ଦୁର୍ବୃତ୍ତଙ୍କ ଦ୍ବାରା କ୍ୟାମେରାକୁ ଅକାମୀ କରାଯାଇଥିବା ହେତୁରୁ ସେଗୁଡିକ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିପାରୁନଥିବା ଜଣାଯାଇଛି । ଫଳରେ କୌଣସି ଅସାମାଜିକ ଘଟଣାର ତଦନ୍ତ ପାଇଁ ବିଭିନ୍ନ ଦୋକାନରେ ଲାଗିଥିବା କ୍ୟାମେରାର ସହାୟତା ଲୋଡ଼ା ଯାଉଛି। ତେବେ ଅକାମୀ କ୍ୟାମେରାଗୁଡିକୁ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ସଜାଡିବାକୁ ସାଧାରଣରେ ଦାବି ହେଉଛି ।

error: Content is protected !!