Saturday, March 7, 2026
Homeରାଜ୍ୟକାଣ୍ଡପାଲି ପ୍ରିମିୟର ଲିଗ:ମୋହନଟିକ୍ରା ଦଲ ଚାମ୍ପିଅନ୍ ।

କାଣ୍ଡପାଲି ପ୍ରିମିୟର ଲିଗ:ମୋହନଟିକ୍ରା ଦଲ ଚାମ୍ପିଅନ୍ ।

ଅତାବିରା(ସୁରେନ୍ଦ୍ର କଠାର)-କାଣ୍ଡପାଲି ଏନ୍ ଏସ୍ ସି ଡମ୍ପିଂୟାଡ୍ ଖେଲପଡିଆ ଠାରେ ପଂଚମ ଫୁଷପୁନି କପ୍ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଣାଭୈରୋ ଏକାଦଶ, ବଜରଙ୍ଗବାଲି ଏକାଦଶ, ସାଇରାମ ଏକାଦଶ, ମୋହନଟିକ୍ରା, ଦୁର୍ଗା ନଗର ଏକାଦଶ ଓ ଦୁର୍ଗା ନଗର ଷ୍ଟାର ଦଲ ଅଂଶ ଗ୍ରହଣ କରଥିଲେ। ଫାଇନାଲ ମ୍ୟାଚ ରେ ଦୁର୍ଗା ନଗର ଷ୍ଟାରକୁ ହରାଇ ମୋହନଟିକ୍ରା ଦଲ ଚାମ୍ପିଅନ୍ ହୋଇଥିଲା। ଦୀପକ ଖମାରୀ ମ୍ୟାନ୍ ଅଫ ଦି ସିରିଜ, ଫିରୋଜ ସାହୁ ବେଷ୍ଟ ବୋଲର, ସୁରେଶ ଭୁଏ ବେଷ୍ଟ ଫିଲଡର ପୁରସ୍କାର ପାଇଥିଲେ।

ମନୋଜ କୁମାର ଭୋଇ ଏବଂ ସରୋଜ କୁମାର ଭୋଇ, ଇଲୁ ଉର୍ମା, ପପୁନ୍ ପଧାନ ଖେଲ ପରିଚାଳନା କରିଥିବା ବେଲେ କ୍ଷିରୋଦ ଓ ମୁକେଶ ସ୍କୋରର୍ ଭୂମିକା ତୁଲାଇଥିଲେ। ଧାରା ବିବରଣୀ ପ୍ରଦାନ କରିଥିଲେ ବାସୁଦେବ ଭୋଇ ଓ ହେମସାଗର। ଗୁଣ, ସୀତାରାମ, କାଲିଆ,ସୁଦାମ, ପ୍ରଭାକର, ଆକାଶ, ଜିତୁ, ରୋହନ ପ୍ରମୂଖ ଚଥା ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ପ୍ରତିଯୋଗିତା ର ସଫଲ ଅୟୋଜନ ପାଇଁ ଝସକେତନ ପ୍ରଧାନ ଧନ୍ଯବାଦ ଜଣାଇ ଥିଲେ।

error: Content is protected !!