Wednesday, February 26, 2025
spot_imgspot_imgspot_img
Homeଅଘଟଣକଲେଜ ଛାତ୍ରୀ ମୃତ୍ୟୁକଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେଲେ ବିଧାୟିକା ବର୍ଷା ।

କଲେଜ ଛାତ୍ରୀ ମୃତ୍ୟୁକଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେଲେ ବିଧାୟିକା ବର୍ଷା ।

ପାଇକମାଲ-ବରଗଡ଼ ଜିଲ୍ଳା ପାଇକମାଲ ବ୍ଲକ ଥାନା କୋକନରା ଗ୍ରାମର ମୃତକ କଲେଜ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହିତ ସାନ୍ତ୍ବନା ପ୍ରଦାନ କରିଥିଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା । ଏଠାରେ ସୂଚନା ଯୋଗ୍ୟ ଯେ କୋକନରା ଗ୍ରାମର ଜଣେ ଆଦିବାସୀ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ଏକ ଓଢଣୀରେ ଏକ ଶାଗୁନା ଗଛରେ ଝୁଲାଇ ଦେଇଛନ୍ତି ବୋଲି ପରିବାର ଲୋକ ଓ ଭାଇ ବନ୍ଧୁ କୁଟୁମ୍ବ ଓ ଗ୍ରାମବାସୀ ମାନେ ବିଧାୟିକା ଶ୍ରୀମତୀ ବରିହାଙ୍କ ପାଖରେ ଅଭିଯୋଗ କରିବା ସହ ଦୋଷୀ ମାନଙ୍କୁ ପୋଲିସ ଶିଘ୍ର ଧରିବାକୁ ଗୁହାରି କରିଥିଲେ ।

ପାଇକମାଳ ପୋଲିସ ସୋମବାର ମୃତ ଛାତ୍ରୀଙ୍କ ଶବକୁ ପଦ୍ମପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ମାମଲା ନେଇ ପାଇକମାଲ ପୋଲିସ ଅପମୃୁତ୍ୟୁ କେସ ନମ୍ବର ୩/୨୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି ବୋଲି ପାଇକମାଲ ଥାନା ଅଧିକାରୀ କୌଲାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ମୃତ କଲେଜ ଛାତ୍ରୀ ପଦ୍ମପୁର ମହିଳା ଯୁକ୍ତ ଦୁଇ କଲେଜରେ ଦ୍ବିତୀୟ ବର୍ଷରରେ ଅଧ୍ୟୟନ ରତ ଥିବା ବେଳେ ତାଙ୍କର ଅଜା ମୋର ନାତୁଣୀକୁ ଦୁଷ୍କର୍ମ କରି ମିଳିମିଶି ମାରି ଦେଇ ଗଛରେ ଟାଙ୍ଗି ଦେଇଛି ବୋଲି ଅଭିଯୋଗ କରିଛନ୍ତି ।

ଦୋଷୀ ମାନଙ୍କ ବିରୋଧରେ ଯଥା ଶିଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ ଥାନା ଘେରାଉ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ବିଧାୟିକା ଶ୍ରୀମତୀ ବରିହା, ଯଥାଶୀଘ୍ର ବ୍ୟକ୍ତିଗତ ଭାବରେ ବରଗଡ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇ ପୀଡ଼ିତ ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପରିବାରକୁ ସାନ୍ତ୍ବନ ଦେଇଛନ୍ତି ।

error: Content is protected !!