Saturday, November 23, 2024
spot_imgspot_imgspot_img
Homeଅଘଟଣକଲିକତା ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ଭିକ୍ଷୋଭ ।

କଲିକତା ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ଭିକ୍ଷୋଭ ।

ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମମତା ବେନର୍ଜି ଙ୍କର କୁଶପୁତ୍ତଳିକା ଦାହ ।
ସମ୍ବଲପୁର – ସାରା ଦେଶରେ ଚଞ୍ଚଲ୍ୟ ଓ ଆକ୍ରୋଶ ସୃଷ୍ଟି କରିଥିବା କଲିକତା ର ଡା.ମମିତା ଦେବନାଥ ଙ୍କ ବର୍ବରତା ପୂର୍ଣ୍ଣ ବଳତ୍କାର ଓ ହତ୍ୟା ବିରୋଧ ରେ ସାରା ଦେଶ ରେ ଭିକ୍ଷୋଭ ଓ ପ୍ରଦର୍ଶନ ଜାରି ରହିଛି । ଏହି ମର୍ମ ରେ ଆଜି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଭିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଗୋଲ ବଜାର ଛକ ରେ ମହିଳା ମୋର୍ଚ୍ଚା ର କର୍ମୀ ମାନେ ଏକତ୍ରିତ ହୋଇ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବେନର୍ଜି ଙ୍କ ବିରୁଦ୍ଧରେ ରେ ସ୍ଲୋଗାନ ଦେଇଥିଲେ । ଉକ୍ତ ଘଟଣା ରେ ସମ୍ପୃକ୍ତ ଦୋଷୀ ଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୀଡିତା ଙ୍କ ପରିବାର କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଥିଲେ ।

ଏହା ପରେ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ପ୍ରଭାସିନୀ ଦାଶ ଙ୍କ ନେତୃତ୍ୱ ରେ ହୋଇଥିବା ଭିକ୍ଷୋଭ କାର୍ଯ୍ୟକ୍ରମ ରେ ସବିତା ନନ୍ଦ, ରୁନୁ ପ୍ରଧାନ, ସୁଜାତା ଗୁରୁ, ପୁଷ୍ପାଞ୍ଜଳି ଜେନା, ରୁନି ଚୌଧୁରୀ, ସ୍ନିଗ୍ଧାଶ୍ରୀ ମିଶ୍ର, ବିଜୟଲଷ୍ମୀ ଜେନା, ସୀତାକାନ୍ତି ମେସୁଆ, ମୁନମୁନ ସୌଦାଗର, ସୁମି ପରିଡା, ମଞ୍ଜୁଲା ଓରାମ, କମଳା ସାହୁ, ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ମୋହନ ଦାଶ, ଶ୍ୟାମ ଗୁରୁ, ଶିବ ଦିୱାନ, ଶୈଳେନ୍ଦ୍ର ପୁରୋହିତ, ଗୋପାଲ ଅଗ୍ରୱାଲ, ହରି ପଣ୍ଡା ପ୍ରମୁଖ ସାମିଲ ଥିଲେ ।

error: Content is protected !!