Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକରଣ ସମାଜ ପଦ୍ମପୁର ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଦେବଙ୍କ ପୂଜ୍ନୋତ୍ସବ ।

କରଣ ସମାଜ ପଦ୍ମପୁର ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଦେବଙ୍କ ପୂଜ୍ନୋତ୍ସବ ।

ପଦ୍ମପୁର-କରଣ ସମାଜର ପୂଜ୍ୟ ଆର୍ଯ୍ୟ ଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜ୍ନୋତ୍ସବ ଭବ୍ୟ ସମାରୋହରେ ସମ୍ପର୍ଣ ହୋଇଯାଇଛି। ପଦ୍ମପୁର ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଏହି ପୂଜ୍ନୋତ୍ସବ ଏବଂ ବାର୍ଷିକ ବୈଠକରେ ଅଞ୍ଚଳର ସମସ୍ତ କରଣ ସମାଜ ପରିବାରର ସଦସ୍ୟ ଯୋଗ ଦେଇଥିଲେ। ତିଥି ଅନୁଯାୟୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପୂଜ୍ୟ ଆର୍ଯ୍ୟ ଦେବ ଚିତ୍ରଗୁପ୍ତଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ପ୍ରତିବର୍ଷ ମହାଆଡମ୍ବରରେ ସମାଜ ପକ୍ଷରୁ ପୂଜାଅର୍ଚନା କରାଯାଏ ।

ସେହି ପରି ଚଳିତ ବର୍ଷ ମଧ୍ୟ ସକାଳୁ ସମାଜ ର ସମସ୍ତ ସଦସ୍ୟ ଏକଜୁଟ ହୋଇ ପ୍ରଥମେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପ୍ରତିଛବି ଓ ଭଜନ ସହ ଘଣ୍ଟ ବାଦ୍ୟର ତାଳେ ତଳେ ନଗର ପରିକ୍ରମା କରି ପୁନଃ ଟାଉନ ହଲକୁ ପହଂଚି ସେଠାରେ ଆର୍ଯ୍ୟଦେବ ଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚନା କରିଥିଲେ। କରଣ ସମାଜ ତରଫରୁ କର୍ତ୍ତା ଭାବରେ ମନୋଜ କୁମାର ମହାନ୍ତି ସହ ଧର୍ମିଣୀ କବିତା ମହାନ୍ତିଙ୍କ ସହ ଦାୟିତ୍ୱ ବହନ କରିଥିବା ବେଳେ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ପୁରୋହିତ୍ୱରେ ପୂଜା କାର୍ଯ୍ୟ ସମ୍ପର୍ଣ ହୋଇଥିଲା।

ପରେ ସମାଜର ସମସ୍ତ ସଦସ୍ୟ ଙ୍କୁ ନେଇ ପ୍ରତି ବର୍ଷ ପରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସମାଜର ବିଭିର୍ଣ୍ଣ କାର୍ଯ୍ୟକ୍ରମ ଓ ବିଷୟ କୁ ନେଇ ସଭାରେ ଆଲୋଚନା ସହ ମୁଖ୍ୟତଃ କରଣ ସମାଜ ର ଇଷ୍ଟ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ଏକ ମନ୍ଦିର ଓ ସମାଜ ର ମଣ୍ଡପ ନିର୍ମାଣ ପାଇଁ ଚଳିତ ବର୍ଷ କାର୍ଯ୍ୟରମ୍ଭ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ତେବେ ସମାଜର ସମସ୍ତ ସଦସ୍ୟ ମାନେ ଏହି ଶୁଭ କାର୍ଯ୍ୟ ପାଇଁ ନିଜ ନିଜ ତରଫରୁ ଦାନ ରାଶି ଘୋଷଣା କରିଥିବା ବେଳେ ଯଥା ଶୀଘ୍ର ସମସ୍ତଙ୍କ ସହଯୋଗ

ଏବଂ ସମସର୍ଥନ ରେ ଏହି କାର୍ଯ୍ୟ ଶୀଘ୍ରତା ସହ ସମ୍ପର୍ଣ କରାଯିବା ପାଇଁ କାର୍ଯ୍ୟକାରିଣୀ କମିଟିଙ୍କୁ ଆର୍ଯ୍ୟଦେବଙ୍କ ଆଶୀର୍ବାଦ ମନାସି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପରେ ପ୍ରସାଦ ସେବନ ସହ ବିଭିର୍ଣ୍ଣ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା ଯାହାର ସମସ୍ତେ ଆନନ୍ଦ ନେଇଥିଲେ। ସମାଜର ସମସ୍ତ ସଦସ୍ୟଙ୍କ ସହଯୋଗରେ ଭବ୍ୟ ସମାରିହରେ ଏହି ପୂଜ୍ନୋତ୍ସବ କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଛି।

error: Content is protected !!