Saturday, March 7, 2026

କବିତା ଦିବସ ।

….କହିବ କାହାଣୀ ଯେବେ ମନ ଗହନର,
କଳିବ ହର୍ଷ ବିଷାଦ ଅଶ୍ରୁମୋଚନର,
ବି….ବିରହ ବେଦନା ରଚି ଲେଖନୀ ମୁନରେ,
ବିଦଗ୍ଧ ପରାଣେ ତୋଳି ମୂର୍ଚ୍ଛନା ମଧୁରେ,
ତା….ତାପ ବିରହିତ କରି ଅଂଶୁମାଳି କରେ,
ତାପୀ ହ୍ରୂଦ ଶୀତଳିବ ଚନ୍ଦ୍ରମା ଜ୍ୟୋତ୍ସ୍ନା ରେ,
ଦି….ଦିଗହରା ପ୍ରାଣେ ଭରି ପଥ ଦିଗ୍ ବଳୟ,
ଦୀନଜନ ମନେ ଭରି ଆନନ୍ଦ ଅକ୍ଷୟ,
….ବନାନୀର ପଶୁ ପକ୍ଷୀ ସ୍ୱରର ଝଙ୍କାରେ,
ବନଜାଝର ନିନାଦ ତୋଳି ରଚନାରେ,
….ସରଜିବ କବିତାର ଆତ୍ମ ପରିଚୟ,
ସରବେ ଗାନ କରିବେ କବିତାର ଜୟ।

ଭୋଜରାଜ ବୁଡ଼େକ,ମାଣ୍ଡୋସିଲ, ବରଗଡ଼।
ଅବସରପ୍ରାପ୍ତ ଶିକ୍ଷକ,ଫୋ.ନ.6371987542

error: Content is protected !!