Saturday, March 7, 2026
Homeରାଜ୍ୟକବି ବୃନ୍ଦାବନ ସାହୁଙ୍କ ସ୍ମୃତିସଭା ।

କବି ବୃନ୍ଦାବନ ସାହୁଙ୍କ ସ୍ମୃତିସଭା ।

ବରପାଲି-ବରପାଲି ବ୍ଳକ ବନ୍ଧପାଲି ଝାଏଁରେ କଲାପଟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସର୍ଗତଃ କବି ବୃନ୍ଦାବନ ସାହୁଙ୍କ ବିୟୋଗରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି। ସଭାପତି ଭରତ ମେହେରଙ୍କ ତତ୍ବାବଧାନରେ କବି ବୃନ୍ଦାବନ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂସଦ ପରିସରରେ ଶୋକ ସଭା ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ମିଳିତ ଭାବରେ ଅମରଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା।ପରେ କବିଙ୍କ ସମ୍ପର୍କରେ ସଭ୍ଯ ମାନେ ଆଲୋଚନା ମାଧ୍ଯମରେ ସ୍ମୃତିଚାରଣ କରିଥିଲେ ।

ସଭାରେ ସମ୍ପାଦକ ଭରତ ନାଏକଙ୍କ ସହିତ କୋଷାଧ୍ୟକ୍ଷ ଉମାକାନ୍ତ ସାହୁ,ମୋତିରାମ ମେହେର, ଭାଗିରଥି ବିଭାର୍, ପ୍ରଦିପ ରାଉତ,ଯୋଗେଶ ବର୍ଗାଏ, ରୋହିତ ସାହୁ, ବୈଦ୍ୟନାଥ ସାହୁ, ହରି ମେହେର, ବାଳକୃଷ୍ଣ ମେହେର,ଲଲିତ ମେହେର ଅନନ୍ତ ମହାପାତ୍ର ଓମ୍ ପ୍ରକାଶ ମେହେର, ଅଶ୍ଵିନୀ ସେଠ୍, ସୁନିଲ୍ ସାହୁ ସଭ୍ୟ ବୃନ୍ଦ ସଭାରେ ଉପସ୍ଥିତ ରହି ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ।

error: Content is protected !!